fbpx

ଏହି ରାଜ୍ୟରେ ବୃଦ୍ଧି ହେବ ବସ୍ ଭଡ଼ା ! ୩ ମାସରେ ୨୯୫ କୋଟି ଟଙ୍କାର କ୍ଷତି ସହିଛି ପରିବହନ ନିଗମ

ବେଙ୍ଗାଲୁରୁ: ଦେଶରେ କ୍ରମାଗତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି । ଏନେଇ କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ(KRCTC) ବର୍ତ୍ତମାନ ବସ୍ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । KRCTC ଅଧ୍ୟକ୍ଷ ଏସ୍ ଆର ଶ୍ରୀନିବାସ କହିଛନ୍ତି ଗତ ୫ ବର୍ଷରୁ ବସ୍ ଭଡ଼ାରେ ବୃଦ୍ଧି ହୋଇନାହିଁ ତେଣୁ ଏଭଳି ନିଷ୍ପତ୍ତି ନେବା ଆବଶ୍ୟକ ହୋଇଛି ।

KRCTC ଅଧ୍ୟକ୍ଷ ଏସ୍ ଆର ଶ୍ରୀନିବାସ,ତୈଳ ଦର ବୃଦ୍ଧି ହେତୁ ବସ୍ ଭଡ଼ା ବୃଦ୍ଧି ହେବା ଅନିବାର୍ଯ୍ୟ ବୋଲି ସ୍ପଷ୍ଟ କରିଛନ୍ତି । ୨୦୧୯ରେ ଶେଷ ଥର ପାଇଁ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା । ଏଥିମଧ୍ୟରେ ୫ ବର୍ଷ ବିତିଯାଇଛି । ଏହା ବ୍ୟତୀତ ସାମ୍ପ୍ରତିକ ଅର୍ଥନୈତିକ ଅବସ୍ଥାରେ ଅପରେଟିଂ ଖର୍ଚ୍ଚ ବହନ କରିବା ଏବଂ କର୍ମଚାରୀଙ୍କ ସୁବିଧାକୁ ସମର୍ଥନ କରିବା ପାଇଁ ଏହା ଜରୁରୀ ଅଟେ । ୨୦୨୦ରେ KRCTC କର୍ମଚାରୀଙ୍କ ବେତନ ସଂଶୋଧନ ହୋଇଥିଲା । ପରବର୍ତ୍ତୀ ସଂଶୋଧନ ୨୦୨୪ରେ ଧାର୍ଯ୍ୟ ହୋଇଛି । ଗତ ୩ ମାସ ମଧ୍ୟରେ KRCTC ୨୯୫ କୋଟି ଟଙ୍କା କ୍ଷତି ସହିଛି । ଶ୍ରୀନିବାସଙ୍କ କହିବାନୁଯାୟୀ ସରକାରଙ୍କୁ ୪୦ଟି ନୂତନ ଭୋଲଭୋ ବସ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଆମେ ପୂର୍ବରୁ ୬୦୦ ନିୟମିତ ବସ କ୍ରୟ କରିସାରିଛୁ । ବର୍ତ୍ତମାନ ୫ରୁ ୨୦% ଭଡ଼ା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛୁ । ତେବେ ଅନ୍ତିମ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର ହେବ । ବସ୍ ଭଡ଼ା ବୃଦ୍ଧି ପୁରୁଷ ଯାତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କିନ୍ତୁ ମହିଳା ଯାତ୍ରୀଙ୍କ ବସ୍ ଟିକେଟ୍ ଉପରେ ଏହା ପ୍ରଭାବ ପକାଇପାରେ । ଏହା ଶକ୍ତି ଯୋଜନା ଅନ୍ତର୍ଗତ କଭର କରାଯିବ ।

Get real time updates directly on you device, subscribe now.