ବ୍ରହ୍ମପୁର: କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ବସ୍ । ଆଜିଠାରୁ ରାଜ୍ୟରୁ ୮ ବସ୍ ପ୍ରୟାଗରାଜ ଅଭିମୁଖେ ବାହାରିବ । ବ୍ରହ୍ମପୁରଠାରୁ ଏହି ବସ୍ ଚଳାଚଳର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବସଗୁଡ଼ିକର ଶୁଭାରମ୍ଭ କରାଯିବ ବୋଲି ସୂଚନା ।
ମହାକୁମ୍ଭକୁ ବସ ଚଳାଚଳ ନେଇ ଉତ୍ସାହିତ ଅଛନ୍ତି ରାଜ୍ୟବାସୀ । କୁମ୍ଭମେଳାରେ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ବସ୍ସେବା ଆଜିଠାରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ବସରେ ସ୍ଲିପର ସିଟ୍ ରହିବା ସାଙ୍ଗକୁ ମୋବାଇଲ୍ ଚାର୍ଜିଂର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହାଛଡ଼ା ବସରେ ସେଫ୍ଟି ସିଷ୍ଟମ, ପ୍ୟାନିକ୍ ବଟନ ଏବଂ ଜିପିଏସ୍ ଟ୍ରାକିଂର ବ୍ୟବସ୍ଥା ଅଛି ।
ପୁରୀରୁ ଅଯୋଧ୍ୟା ପାଇଁ ୨ଟି ବସ୍ ଯିବାକୁ ଥିବାବେଳେ ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ମଧ୍ୟ ୨ଟି ବସ୍ ପ୍ରୟାଗରାଜ ଯିବାର ବ୍ୟବସ୍ଥା କରିଛନ୍ତି ସରକରା ।