fbpx

ଟ୍ରକକୁ ଧକ୍କା ଦେଲା ବସ୍‌, ଜଣେ ମୃତ, ୨୦ ଆହତ

ଧର୍ମଶାଳା: ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିି । ଏହି ଦୁର୍ଘଟଣାରେ ପାଖାପାଖି ୨୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ୨୦ ଜଣ ଆହତଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସଟି ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଅଘଟଣ ଘଟିଥିଲା । ଏହି ବସରେ ମୋଟ୍ କେତେ ଜଣ ଯାତ୍ରୀ ଯାଉଥିଲେ କିଛି ଜଣାପଡ଼ିନାହିଁ । ଏହି ମାମଲାରେ ସ୍ଥାନୀୟ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.