ସାବଧାନ ! ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ଜୀବନ ମଧ୍ୟ ନେଇପାରେ ପାନ ମସାଲା; ଜଣେ ଯାତ୍ରୀ ବସ୍ ରେ କଲେ ଏପରି ଭୁଲ… ହୋଇଗଲା ମୃତ୍ୟୁ

ନୂଆଦିଲ୍ଲୀ: ପାନ ମସାଲା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହ ଲାଇନ୍ ସବୁବେଳେ ପ୍ୟାନ ମସାଲାର ପ୍ୟାକେଟରେ ଲେଖାଯାଏ । ଆପଣ କେବେ ଭାବିଛନ୍ତି କି ପାନ ମସାଲା ଖାଇବା ସମୟରେ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିପାରନ୍ତି? ଉତ୍ତରପ୍ରଦେଶରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ପାନ ମସାଲା ଖାଇବା ସମୟରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ବସ୍ରୁ ଖସିପଡ଼ିବା ପରେ ଯାତ୍ରୀଙ୍କ ମୃତ୍ୟୁ :-
ପୂର୍ବାଞ୍ଚଳ ଏକ୍ସପ୍ରେସରେ ଏହି ଦୁର୍ଘଟଣା ଘଟିଛି । ପୋଲିସ କହିଛି ଯେ ଶନିବାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶୀତତାପ ନିୟନ୍ତ୍ରିତ ଉତ୍ତରପ୍ରଦେଶ ରୋଡୱେ ବସ୍ରୁ ୪୫ ବର୍ଷିୟ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଯାତ୍ରୀଙ୍କ ପରିଚୟ ମିଳିଛି ।

ଚଳନ୍ତା ବସ୍ ରେ କବାଟ ଖୋଲିଲା, ବିଗିଡ଼ିଲା ବାଲାନ୍ସ :-
ଏକ୍ସପ୍ରେସୱେର ୯୩ କିଲୋମିଟର ମାଇଲଖୁଣ୍ଟରେ ଶନିବାର ଦିନ ପ୍ରାୟ ୧୦:୩୦ ସମୟରେ ଏହି ଘଟଣା ଘଟିଛି । ଯେତେବେଳେ ୟୁପି ରୋଡୱେସର ଏସି ବସ୍ ଆଜମଗଡରୁ ଲକ୍ଷ୍ନ ଦ୍ଭକ୍ଟଙ୍ଗ କୁ ଯାଉଥିଲା । ପୋଲିସ ଅଧିକାରୀ କହିଛନ୍ତି, ‘ବସ୍ ବାଲଡିରାଇ ପୋଲିସ୍ ଷ୍ଟେସନ ଅଞ୍ଚଳର ବିହି ଗାଁରେ ପହଞ୍ଚିଥିଲା । ତା’ପରେ ଜଣେ ଯାତ୍ରୀ ଛେପ ପକାଇବା ପାଇଁ ଚଳନ୍ତା ବସର ଡୋର୍ ଖୋଲିଥିଲେ । ଏହି ସମୟରେ ସେ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଯାଇଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ ବସ୍ ଅଟକି ଯାଇଥିଲା
ପୋଲିସ ଅଧିକାରୀ ଧୀରଜ କୁମାର କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ତୁରନ୍ତ ବସ୍ ଅଟକି ଯାଇଥିଲା । ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (ୟୁପିଇଆଇଡିଏ) ର ଅଧିକାରୀ ସହିତ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।

ମୃତ ବ୍ୟକ୍ତି ଲଖନଉର ବାସିନ୍ଦା
ପୋଲିସ କହିଛି ଯେ ମୃତ ବ୍ୟକ୍ତି ଜଣକ ଲଖନଉର ରାମ ଜିଆଭାନ୍ ବୋଲି ଜଣାପଡିଛି । ତାଙ୍କ ପତ୍ନୀ ସାବିତ୍ରୀ ମଧ୍ୟ ତାଙ୍କ ସହ ବସ୍ରେ ଯାତ୍ରା କରୁଥିଲେ । ଅଧିକ ଅନୁସନ୍ଧାନ ପାଇଁ ବସକୁ ପୋଲିସ ଷ୍ଟେସନକୁ ନିଆଯାଇଥିବା ସେ କହିଛନ୍ତି । ଏହା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।