fbpx

ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର: ମନ୍ତ୍ରୀଙ୍କ ସହ ବୈଠକ ପରେ ସଂଘର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର ହୋଇଛନ୍ତି । ପରିବହନ ମନ୍ତ୍ରୀଙ୍କ ସହ ବୈଠକରେ ଆଲୋନା କରିବା ପରେ ବସ୍ ମାଲିକ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ଆଜି ସନ୍ଧ୍ୟା ଠାରୁ ହେବାକୁ ଥିବା ବସ୍ ଚଳାଚଳରେ କୌଣସି ପ୍ରଭାବ ପଡ଼ିବ ନାହିଁ । ରାଜ୍ୟରେ ପୂର୍ବ ପରି ବସ୍ ଚଳାଚଳ କରିବ । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ଏହି ବୈଠକ ବସିଥିଲା । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସଂଘ ନିଜ ଆନ୍ଦୋଳନରୁ ଓହରି ଯାଇଛି ।

ସୂଚନାଯ୍ୟୋ ଯେ, ଲକ୍ଷ୍ମୀ ବସ ସେବାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ଆନ୍ଦୋଳନ ନିଷ୍ପତ୍ତି ନେଇଥିଲା । ଅକ୍ଟୋବର ୭ ତାରିଖ ଅର୍ଥାତ ଆଜି ସନ୍ଧ୍ୟା ୬ଟାରୁ ଆସନ୍ତାକାଲି (ମଙ୍ଗଳବାର) ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ ସେବା ବନ୍ଦ ରହିବ ବୋଲି ସଂଘ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ମୀ ବସ୍ ଟାଇପ-୨ ସେବା ଯୋଗାଇବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଜୋରଦାର ଭାବେ ବିରୋଧ କରାଯାଇଥିଲା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ସେବା ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିଲା । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବା ପରେ ଘରୋଇ ବସ୍ ମାଲିକମାନେ କ୍ଷତି ସହିବାରୁ ସେମାନେ ବିଗତ ଦିନରେ ବି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏନେଇ ପୂର୍ବ ସରକାର ସହ ସଂଘ ପକ୍ଷରୁ ଆଲୋଚନା ହୋଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଟାଇପ-୨ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ତେଣୁ ତାହାକୁ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା ।

Get real time updates directly on you device, subscribe now.