fbpx

ଅଶ୍ୱୀନଙ୍କୁ ସ୍ୱାଗତ କଲେ ବଟଲର: ୟୁନିକ ଷ୍ଟାଇଲରେ ରାଜସ୍ଥାନ ଦଳକୁ ସ୍ୱାଗତ କଲେ ଷ୍ଟାର ପ୍ଲେୟର ଜୋସ ବଟଲର

ନୂଆଦିଲ୍ଲୀ: IPL ୨୦୨୨ ମେଗା ଅକ୍ସନର ପ୍ରଥମ ଦିନରେ ବିକ୍ରି ହୋଇଛନ୍ତି ମୋଟ ୭୪ ଜଣ ଖେଳାଳି । ଏହି ତାଲିକାର ଦ୍ୱିତୀୟ ଖେଳାଳି ଭାବରେ ନିଲାମ ପ୍ରକ୍ରିୟାକୁ ଆସିଥିଲା ରବି ଚନ୍ଦ୍ରନ ଅଶ୍ୱୀନଙ୍କ ନାଁ । ଅଶ୍ୱୀନଙ୍କୁ କିଣିବା ପାଇଁ ଏକାଧିକ ଟିମ ବାଜି ଲଗାଇଥିବା ବେଳେ ଶେଷରେ ଅଶ୍ୱୀନଙ୍କୁ କିଣିଛି ରାଜସ୍ଥାନ ରୋୟଲ୍ସ । ତେବେ ରାଜସ୍ଥାନ ଦଳରେ ସାମିଲ ହେବା ପରେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ରାଜସ୍ଥାନର ଅନେକ ସଦସ୍ୟ । କିନ୍ତୁ ଏଥି ମଧ୍ୟରେ ଜୋସ ବଟଲରଙ୍କ ସ୍ୱାଗତ ଶୁଭେଚ୍ଛା ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଅଶ୍ୱୀନଙ୍କୁ ରୋୟଲ ଏଣ୍ଟ୍ରି କରାଇଛନ୍ତି ବଟଲର । ଅଶ୍ୱୀନଙ୍କୁ ମଜାକିଆ ଷ୍ଟାଇଲରେ ସେ ଲେଖିଛନ୍ତି “ହେଲୋ ଐଶ୍, ଚିନ୍ତା କର ନାହିଁ, ମୁଁ କ୍ରିଜ ଭିତରେ ହିଁ ଅଛି । ରୋୟଲ୍ସ ତରଫରୁ ପିଙ୍କ ଜର୍ସିରେ ତୁମକୁ ଦେଖିବା ପାଇଁ ଆଉ ଅପେକ୍ଷା କରି ପାରିବିନି । ତୁମ ସହିତ ଡ୍ରେସିଙ୍ଗ ରୁମ ଶେୟର କରିବା ପାଇଁ ମୁଁ ଖୁବ ଉତ୍ସାହିତ” ।

୨୦୧୯ ସିଜନରେ ଉଭୟ ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଥିଲା ବିବାଦ । ମଙ୍କଡିଙ୍ଗ ନିୟମ ଅନୁସାରେ ଜୋସ ବଟଲରଙ୍କୁ ଆଉଟ କରି ପାଭିଲିୟନ ଫେରାଇଥିଲେ ଅଶ୍ୱୀନ । ପଞ୍ଜାବ ଏବଂ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଅଶ୍ୱୀନ ବୋଲିଂ କରୁଥିବା ବେଳେ ବଟଲର କ୍ରିଜର ସାମାନ୍ୟ ଆଗକୁ ଚାଲି ଯାଇଥିଲେ । ସେହି ସମୟରେ ତାଙ୍କୁ ମଙ୍କଡିଙ୍ଗ ନିୟମରେ ଆଉଟ କରିଥିଲେ ରବିଚନ୍ଦ୍ରନ ଅଶ୍ୱୀନ । ଯାହାକୁ ନେଇ ଖୁବ ବିବାଦ ହୋଇଥିଲା । ତେବେ ଚଳିତ ସିଜନରେ ଉଭୟ ଖେଳାଳିଙ୍କୁ ସମାନ ଦଳରେ ଦେଖିବା ନିଶ୍ଚିତ ପ୍ରଶଂସକଙ୍କ ପାଇଁ ଉତ୍ସାହର ବିଷୟ ହେବ ।

Get real time updates directly on you device, subscribe now.