fbpx

ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଦଉଡ଼ିରେ ବାନ୍ଧି ଦୁଇ ମହଲାରୁ ଫିଙ୍ଗିଲେ ଦୁର୍ବୃତ୍ତ, ବିଜୁଳି ଖୁଣ୍ଟରେ ଅଟକିଗଲା….

ନୂଆଦିଲ୍ଲୀ: ଗୋଟିଏ ୨୫ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୪ ଜଣ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ ସହିତ ଖୁବ୍ ଅତ୍ୟାଚାର କରିଛନ୍ତି । ଅଭିଯୁକ୍ତ ମାନେ ମଦ ନିଶାରେ ଦୁଷ୍କର୍ମ କରିବା ପରେ ଏକ ଦଉଡ଼ିରେ ବାନ୍ଧି ପୀଡ଼ିତାଙ୍କୁ ଦୁଇ ମହଲାରୁ ତଳକୁ ଫିଙ୍ଗିଦେଇଥିଲେ । ଫିଙ୍ଗିବା ସମୟରେ ଦଉଡ଼ିଟି ଏକ ବିଜୁଳି ଖୁଣ୍ଟରେ ଫସିଯାଇଥିଲା, ଯାହା ଫଳରେ ଦୁଇ ଘଣ୍ଟା କାଳ ପୀଡ଼ିତା ବିଜୁଳି ଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ରହିଥିଲେ । ଏହିଭଳି ଏକ ଘଟଣା ରାଜସ୍ଥାନର ଚୁରୁ ଜିଲ୍ଲାରେ ଘଟିଛି । ପୀଡ଼ିତା ଜଣକ ଦିଲ୍ଲୀର ବୋଲି ସୂଚନା ମିଳିଛି ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ପହଞ୍ଚିଥିଲା ଓ ପୀଡ଼ିତାଙ୍କୁ ବିଜୁଳି ଖୁଣ୍ଟରୁ ବାହାର କରିଥିଲା । ଏହାପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲ୍ କୁ ପଠାଇଥିଲା । ତେବେ ଅଭିଯୁକ୍ତ ମାନଙ୍କ ବିରୋଧରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି ଓ ପୋଲିସ୍ ଏବେ ସେମାନଙ୍କୁ ଖୋଜୁଛି । କୁହାଯାଉଛି ଯେ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍କୁଲ ଶିକ୍ଷକ ବି ସାମିଲ ରହିଛନ୍ତି ।

ସୂଚନା ଯେ, ଦିଲ୍ଲ୍ରୀରେ ରହି ପୀଡ଼ିତା ଜଣକ ଛୋଟ ମୋଟ କାମ କରି ଘର ଚଳାନ୍ତି । ଏହା ଭିତରେ ଅଭିଯୁକ୍ତ ସୁନୀଲ ଓରଫ୍ ରାଜୁ କାମ ଦେବ ବୋଲି କହି ଚୁରୁକୁ ଡାକିଥିଲା । ତେଣୁ ଶୁକ୍ରବାର ଦିନ ଯୁବତୀ ଜଣକ ଚୁରୁ ଆସିଥିଲେ । ବସ୍ ଷ୍ଟାଣ୍ଡରୁ କେହି ଜଣେ କାର୍ ରେ ତାଙ୍କୁ ନେବାକୁ ଆସିବ ବୋଲି ଯୁବତୀଙ୍କୁ କହିଥିଲା ରାଜୁ । ଏହାପରେ କାର୍ ରେ ତାଙ୍କୁ ଏକ ଘରକୁ ନେଇଯାଇଥିଲେ । ସେଠାରେ ପୂର୍ବରୁ ହିଁ ଅନ୍ୟ ଅଭିଯୁକ୍ତ ମାନେ ଉପସ୍ଥିତ ଥିଲେ । ସେଠାରେ ଜଣକ ପରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ପୋଲିସ୍ ଏବେ ଅଭିଯୁକ୍ତଙ୍କୁ ଖୋଜୁଛି ଓ ମାମଲାର ତଦନ୍ତ ଜାରି ରଖିଛି ।

 

Get real time updates directly on you device, subscribe now.