fbpx

ଶସ୍ତା ହୋଇଗଲା TV, Washing Machine ଏବଂ AC: ୭୫% ଡିସ୍କାଉଣ୍ଟରେ କିଣନ୍ତୁ ଜିନିଷ

ନୂଆଦିଲ୍ଲୀ: ଅନଲାଇନ ମାର୍କେଟିଂ ଆପ୍ ଏବେ ଖୁବ ଟ୍ରେଣ୍ଡିଂରେ ରହିଛି । ଲୋକମାନେ ଆଜିକାଲି ଅଧିକାଂଶ ସମୟରେ ଅନଲାଇନ ଶପିଂ ଆପକୁ ନିଜର ମାର୍କେଟ କରି ନେଇଛନ୍ତି । ବିଭିନ୍ନ ପଡକ୍ଟରେ ଆକର୍ଷଣୀୟ ଅଫର ପ୍ରଦାନ କରିଥାଏ ଏହି ଅନଲାଇନ ଶପିଂ ଆପ । ସ୍ମାର୍ଟଫୋନ, ଟିଭି ଏବଂ ୱାସିଙ୍ଗ ମେସିନ ସହ ଅନ୍ୟାନ୍ୟ ଗ୍ୟାଜେଟ୍ସ ଶସ୍ତାରେ ମିଳିଥାଏ । ଅଗଷ୍ଟ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଅନଲାଇନ ଶପିଂ ଆପ ଫ୍ଲିପକାର୍ଟରେ ବିଗ ବଚତ ଧମାଲ ସେଲ ଆରମ୍ଭ ହୋଇଯାଇଛି ।

ଫ୍ଲିପକାର୍ଟ ସେଲରେ ଆପଣଙ୍କୁ ବିଭିନ୍ନ ପ୍ରକାର ଡିଲ ମଧ୍ୟ ମିଳିଥାଏ । ସେଲରେ ପ୍ରତିଦିନ ରାତି ୧୨ରୁ ସକାଳ ୮ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୪ରେ ଏହି ଡିଲ ହୋଇଥାଏ । ଏଥିରେ ଆପଣଙ୍କ ଟିଭି ଏବଂ ଅନ୍ୟାନ୍ୟ ଆପ୍ଲାଏନ୍ସରେ ୭୫% ପର୍ଯ୍ୟନ୍ତ ରିହାତି ମିଳିପାରିବ । ଏଠାରେ ଆପଣ ସୁଲଭ ମୂଲ୍ୟରେ ଟିଭି କିଣିପାରିବେ । ୭,୪୯୯ ଟଙ୍କାରୁ ଟିଭିର ଦାମ ଆରମ୍ଭ ହେଉଥିବା ବେଳେ ଏୟାର କୁଲରର ଦାମ ମାତ୍ର ୨,୯୯୯ ଟଙ୍କା ରହିଛି । ଘରକରଣା ଜିନିଷ ଉପରେ ଆପଣଙ୍କୁ ୭୦% ଡିସ୍କାଉଣ୍ଟ ମିଳିପାରିବ । ଏହି ସେଲରୁ ଆପଣ ଫ୍ୟାନ ମଧ୍ୟ କିଣିପାରିବେ । ୯୯୯ ଟଙ୍କାରୁ ଆରମ୍ଭ ହେଉଛି ଫ୍ୟାନର ଦାମ ।

ସେହିପରି ଫ୍ରିଜର ଦାମରେ ମଧ୍ୟ ୫୦% ରିହାତି ପ୍ରଦାନ କରାଯାଉଛି । ତେବେ କିଚେନ ଅପ୍ଲାଏନ୍ସ ଆପଣ ୨୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ କିଣିପାରିବେ । ଏସି ଏବଂ ୱାସିଙ୍ଗ ମେସିନରେ ମଧ୍ୟ ଆପଣଙ୍କୁ ଭଲ ଅଫର ମିଳିପାରିବ । ଏସିରେ ୫୫% ଏବଂ ୱାସିଙ୍ଗ ମେସିନରେ ୬୦% ପର୍ଯ୍ୟନ୍ତ ରିହାତିରେ ଆପଣ କିଣିପାରିବେ । ତେବେ 4K ଟିଭିର ରେଞ୍ଜ ୨୨,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ୩୨ ଇଞ୍ଚ ସ୍କ୍ରିନ ସାଇଜ ଟିଭି ୧୧,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ମାତ୍ର ୬,୪୯୦ ଟଙ୍କାରେ ୱାସିଙ୍ଗ ମେସିନ କିଣି ଘରକୁ ନେଇପାରିବେ ଗ୍ରାହକ ।

Get real time updates directly on you device, subscribe now.