fbpx

ଓଡ଼ିଶା ଓପନକୁ ମିଳିଲା BWF ସ୍ୱୀକୃତି: ଏହି ତାରିଖରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟର ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ମିଳିଛି ଅନ୍ତର୍ଜାତୀୟ ସ୍ୱୀକୃତି । ଓଡ଼ିଶା ଓପନ ବ୍ୟାଡମିଣ୍ଟନ ସୁପର-୧୦୦ ସିରିଜକୁ ନିଜ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(ବିଡବ୍ଲ୍ୟୁଏଫ୍) । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୦୨୨ରୁ ଅନୁଷ୍ଠିତ ହେବା ନେଇ ବିଡବ୍ଲ୍ୟୁଏଫ ପକ୍ଷରୁ ସୂଚନା ଦିଆଯାଇଛି । ବିଡବ୍ଲ୍ୟୁଏଫ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାନୁୟାରୀ ୨୫ରୁ ୩୦ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।

ଭାରତୀୟ ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଇଣ୍ଡିଆ ଓପନ ସୁପର ୫୦୦ ସିରିଜ ଆସନ୍ତା ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟ ରହିବ । ଜାନୁୟାରୀ ୧୧ରୁ ୧୬ ମଧ୍ୟରେ ଏହା ଖେଳାଯିବ । ଏହା ପରେ ଜାନୁୟାରୀ ୧୮-୨୩ ମଧ୍ୟରେ ସୈଦ ମୋଦୀ ଇଣ୍ଟରନ୍ୟାସନାଲ ସୁପର ୩୦୦ ଟୁର୍ଣାମେଣ୍ଟ ଅନୁଷ୍ଠିତ ହେବ । ଓଡ଼ିଶା ଓପନ ପରେ ହାଇଦ୍ରାବାଦ ଓପନ ସୁପର ସିରିଜ ଅନୁଷ୍ଠିତ ହେବ ବୋଲି ବିଡବ୍ଲ୍ୟୁଏଫ୍ ସାଧାରଣ ସମ୍ପାଦକ ଥୋମାସ ଲଣ୍ଡ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.