fbpx

ଆଜିଠୁ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିଅନସିପ୍‌: ଭାରତ ପାଇଁ ୩ ପଦକ ଆଶା

ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ପାଇଁ ବଡ ସୁଯୋଗ । କାରଣ ରବିବାର ଠାରୁ ହୁଏଲଭା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନଶିପରେ ଏକାଧିକ ଟପ୍‌ ସିଡ୍‌ ମାନ୍ୟତାପ୍ରାପ୍ତ ଖେଳାଳି ଭାଗ ନେବେ ନାହିଁ । ତେଣୁ ଏହି ସୁଯୋଗରେ ସିନ୍ଧୁ ପୁଣି ଥରେ ଏହି ସମ୍ମାନଜନକ ଟାଇଟଲ ଜିତିବା ପାଇଁ ଅପୂର୍ବ ସୁଯୋଗ ରହିଛି ।

ଚଳିତ ବର୍ଷ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଖେଳିଥିବା ଫ୍ରେଞ୍ଚ ଓପନ, ଇଣ୍ଡୋନେସିଆ ମାଷ୍ଟର୍ସ ଓ ଇଣ୍ଡୋନେସିଆ ଓପନ ଚାମ୍ପିଅନଶିପର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ନିକଟରେ ବାଲି ଠାରେ ଅନୁଷ୍ଠିତ ବିଶ୍ୱ ଟୁର ପ୍ରତିଯୋଗିତାରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି । ଦୁଇ ବର୍ଷତଳେ ସ୍ୱିଜରଲାଣ୍ଡର ବେସେଲ ଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନଶିପରେ ସିନ୍ଧୁ ଟାଇଟଲ ହାସଲ କରିଥିଲେ । ତେବେ ଚଳିତ ବର୍ଷର ବିଶ୍ୱ ଚାମ୍ପିଅନଶିପରେ ତିନିଥର ଚାମ୍ପିଅନ ସ୍ପେନର କାରୋଲିନା ମେରିନ ଓ ୨୦୧୭ ଟାଇଟଲ ବିଜୟିନୀ ନୋଜୋମି ଓକୁହାରାଙ୍କ ସହିତ ୨୦୧୫ ରୌପ୍ୟ ପଦକ ହାସଲକାରୀ ସାଇନା ନେହ୍ୱାଲ ମଧ୍ୟ ଚଳିତ ବର୍ଷର ବିଶ୍ୱ ଚାମ୍ପିଅନଶିପରେ ଅଂଶ ଗ୍ରହଣ କରିବେ ନାହିଁ ।ତେଣୁ ଏହି ସୁଯୋଗରେ ସିନ୍ଧୁ ବିଶ୍ୱ ଚାମ୍ପିଅନଶିପରେ ପୁଣି ଟାଇଟଲ ହାସଲ କରି ପାରିବେ ବୋଲି ଅନୁମାନ । ସେହିପରି ଭାରତୀୟ ପୁରୁଷ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଓ ଏଚଏସ ପ୍ରଣୟ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ବିଶ୍ୱାସ ।

Get real time updates directly on you device, subscribe now.