fbpx

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ସରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘୧ଟା ସୁଦ୍ଧା ବୁଥରେ ଥିବା ଲୋକ ଭୋଟ ଦେଇପାରିବେ । ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି । କୋଭିଡ ଆକ୍ରାନ୍ତ ବି ଭୋଟ୍ ଦେଇପାରିବେ ବୋଲି ସେ କହିଛନ୍ତି ।

ଏଥି ସହିତ କେନ୍ଦୁଝର ଜିଲ୍ଲାରେ ମତଦାନକୁ ନେଇ ଭୋଟର୍‌ଙ୍କ ମଧ୍ୟରେ ଉତ୍ସାହ ଓ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି । ମହିଳା ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ବାଣପୁର ସ୍କୁଲ ପରିସରରେ କରାଯାଇଛି ଦୁଇଟି ପିଙ୍କ୍ ବୁଥ । ଭୋଟ ଦେବାକୁ ଆସୁଥିବା ସମସ୍ତ ଭୋଟରଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଉଛି । ବୋରିଗୁମ୍ମାରେ ମହିଳାଙ୍କ ମତଦାନ ପାଇଁ ଖୋଲାଯାଇଛି ପିଙ୍କ୍ ବୁଥ୍ । ଏହି ବୁଥରେ ନିଜ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ମହିଳା ଭୋଟର । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକଝୋଲା ପଞ୍ଚାୟତର ୧୩ନମ୍ୱର ୱାର୍ଡରେ ଭୋଟ ଦେଇଛନ୍ତି ବିଧାୟକ ପ୍ରୀତମ ପାଢୀ । ଅନ୍ୟ ଭୋଟରଙ୍କ ଭଳି ଲମ୍ବାଧାଡିରେ ଠିଆ ହୋଇ ଦେଇଛନ୍ତି ଭୋଟ ।

ସେହିପରି ମୋରଡା ନର୍ବାଚନ ମଣ୍ଡଳୀ ଖୁଣ୍ଟାପାଳ ସ୍କୁଲରେ ମତଦାନ ସାବ୍ୟସ୍ତ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର, ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ନିଜେ ଭୋଟ ଦେବା ସହ ସମସ୍ତଙ୍କୁ ଭୋଟ ଦେବାକୁ କରିଛନ୍ତି ଅନୁରୋଧ । ନିଜ ଗାଁ ରାମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ମତଦାନ ସାବ୍ୟସ୍ତ କରିଛନ୍ତି ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Get real time updates directly on you device, subscribe now.