ଖାଲି ପଡ଼ିଥିବା ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ, ଏପ୍ରିଲ ୧୭ରୁ ୨୨ ମଧ୍ୟରେ ସଂଶୋଧନ ହେବ ଭୋଟର ତାଲିକା
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଉପନିର୍ବାଚନ ପାଇଁ ପ୍ରକିୟା ଆରମ୍ଭ । ଖାଲି ପଡ଼ିଥିବା ୧୧୩୪ ପଦ ପୂରଣ ପାଇଁ ଉପ ନିର୍ବାଚନ ହେବ ।
୫ ଜିଲ୍ଲା ପରିଷଦ ସଭ୍ୟ, ୪୧ ପଞ୍ଚାୟତ ସମିତି ସଭ୍ୟ, ୪୫ ସରପଞ୍ଚ, ୨୨ ୱାର୍ଡ ସଭ୍ୟ ପଦ ପାଇଁ ଉପ ନିର୍ବାଚନ ହେବାକୁ ନିଷ୍ପତ୍ତି ।
ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୭୭୧ ୱାର୍ଡରେ ନିର୍ବାଚନ ହୋଇ ନ ଥିଲା । ଏ ସବୁ ସଂରକ୍ଷିତ ବର୍ଗରେ ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ବନ୍ଦ ଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରି ନିର୍ବାଚନ ହେବ । ଏପ୍ରିଲ ୧୭ରୁ ୨୨ ମଧ୍ୟରେ ୱାର୍ଡ ଅନୁସାରେ ଭୋଟର ତାଲିକା ହେବ ।
ସଂଶୋଧିତ ଭୋଟର ତାଲିକା ମେ ୯ ତାରିଖରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯିବ ।