fbpx

ବାଇ-ଲ’ ପ୍ରସଙ୍ଗ: ଘଣ୍ଟ ବାଡ଼େଇ ପ୍ରତିବାଦ କଲା ନିଖିଳ ଓଡ଼ିଶା ସେବାୟତ କମିଟି

ଭୁବନେଶ୍ୱର, ୧୬ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବାଇ-ଲ’କୁ ବିରୋଧ କରି ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଓଡ଼ିଶାର ମନ୍ଦିର ପାଇଁ କେନ୍ଦ୍ର ସରକାର ଜାରି କରିଥିବା ବାଇ-ଲ’କୁ ବିରୋଧ କରି ସେବାୟତଙ୍କ ପକ୍ଷରୁ ଘଣ୍ଟମାଡ଼ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ସରସ୍ୱତୀ ପୂଜା ଅବସରରେ ରାଜଧାନୀର ମଠ ଓ ମନ୍ଦିର ଆଗରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବାକୁ ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ କୁହାଯାଇଥିଲା । ବାଇ-ଲ’ ବିରୋଧରେ ପୂର୍ବରୁ ଭୁବନେଶ୍ୱରର ସ୍ଥାନୀୟ ଜନତା ଓ ସେବାୟତ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପୂର୍ବରୁ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ’ ଜାରି କରାଯାଇଥିଲେ ମଧ୍ୟ ବିଭିନ୍ନ ମହଲରୁ ବିରୋଧ ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା ।

Get real time updates directly on you device, subscribe now.