ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବୁଧବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ସମଗ୍ର ଶିକ୍ଷା ନୀତି ୨.୦ ଲାଗୁ କରିବା ଏବଂ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର କାର୍ଯ୍ୟକାଳ ଦୁଇ ବର୍ଷ ବଢାଇଯିବା ନିର୍ଣ୍ଣୟ ସାମିଲ । ସମଗ୍ର ଶିକ୍ଷା ଯୋଜନା ୨.୦ ୨୦୨୧ ଏପ୍ରିଲ ୧ ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ କରାଯିିବ । ଏଥିପାଇଁ ୨.୯୪ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷା ନୀତି ଆଧାରରେ ମସଗ୍ର ଶିକ୍ଷା ଯୋଜନା ୨.୦ରେ ପ୍ଲେ ସ୍କୁଲ ଓ ଅଙ୍ଗନବାଡିକୁ ବିକଶିତ କରାଯିବ । ସମସ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟ ପ୍ଲେ ସ୍କୁଲ ରହିବ । ସେହି ଅନୁରୂପ ଶିକ୍ଷକଙ୍କୁ ମଧ୍ୟ ପ୍ରସ୍ତୁତ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଫାଷ୍ଟ ଟ୍ରାକ କୋର୍ଟର କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଛି ।
Under National Education Policy and Samagra Shiksha 2.0, formalization of playschools and anganwadi is being done. Govt schools will have playschools as well. Teachers will be trained accordingly: Dharmendra Pradhan, Education Minister pic.twitter.com/aF0vu1pHvh
— ANI (@ANI) August 4, 2021
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସମଗ୍ର ଶିକ୍ଷା ନୀତିକୁ ୨୦୨୧ ଏପ୍ରିଲ ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ପ୍ରସ୍ତାବକୁକ ମଞ୍ଜୁରୀ ମିଳିଛି । ଯୋଜନାରେ ୨.୯୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ କେନ୍ଦ୍ରର ଭାଗ ୧.୮୫ ଲକ୍ଷ ଟଙ୍କା ରହିଥିବା ବେଳେ ବାକି ଟଙ୍କା ରାଜ୍ୟ ସରକାର ବହନ କରିବେ ।
ଏହାରି ପରିଧିରେ ସରକାରୀ ଏବଂ ସରକାରୀ ସହାୟତାପ୍ରାପ୍ତ ୧୧.୬ ଲକ୍ଷ ସ୍କୁରର ୧୫.୬ କୋଟି ପିଲା ଓ ୫୭ ଲକ୍ଷ ଶିକ୍ଷକ ଆସିବେ । ଏହି ଯୋଜନା ଆଧାରରେ ପର୍ଯ୍ୟାୟକ୍ରମେ କିଛି ବର୍ଷରେ ସ୍କୁଲରେ ଶିଶୁ ବାଟିକା, ସ୍ମାର୍ଟ ଶିକ୍ଷା, ପ୍ରଶିକ୍ଷିତ ଶିକ୍ଷକଙ୍କ ବ୍ୟବସ୍ଥା କରାଯିବ । ଆନୁସଙ୍ଗିକ ଭିତ୍ତିଭୂମି, ବ୍ୟବସାୟିକ ଶିକ୍ଷା ଓ ରଚନାତ୍ମକ ଶିକ୍ଷାର ବିକାଶ କରାଯିବ । ସମଗ୍ର ଶିକ୍ଷା ଅଭିଯାନରେ ସ୍କୁଲରେ ଶିକ୍ଷାଠୁ ନେଇ କ୍ରୀଡା ପର୍ଯ୍ୟନ୍ତ ସକରାତ୍ମକ ବାତାବରଣ ସୃଷ୍ଟି କରାଯିବ । ଏଥିରେ ଛାତ୍ର-ଛାତ୍ରୀଙ୍କୁ ଅନେକ ପ୍ରକାରର ପ୍ରୋତ୍ସାହନ ମିଳିବ ।