fbpx

ରୁପେ ଡେବିଟ କାର୍ଡ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି । ରୂପେ ଡେବିଟ୍ କାର୍ଡ ଏବଂ କମ୍ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ଥିକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି ।

ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରୂପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟର ଭୀମ ୟୁପିଆଇ ନେଣଦେଣ (ପିଟୁଏମ)ର ଉପଯୋଗ କରି ପଏଣ୍ଟ ଅଫ୍ ସେଲ (ପିଓଏସ) ଏବଂ ଇ-କମର୍ସ ନେଣଦେଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିଗୃହିତ କରୁଥିବା ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।

ଅର୍ଥ ମନ୍ତ୍ରୀ ୨୦୨୨- ୨୩ ଆର୍ଥିକ ବର୍ଷର ବଜେଟ୍ ସମୟରେ ଦେଇଥିବା ନିଜ ଭାଷଣରେ, ଚଳିତ ବଜେଟରେ ଘୋଷିତ ଡିଜିଟାଲ ପରିଶୋଧ ନିମନ୍ତେ ଆର୍ଥିକ ସହାୟତା ଜାରି ରଖିବା ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟର ଘୋଷଣା କରିଥିଲେ । ଏଥିରେ ଶସ୍ତା ଓ ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ଅର୍ଥପଇଠ ପ୍ଲାଟଫର୍ମର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଉପରୋକ୍ତ ବଜେଟ୍ ଘୋଷଣାର ଅନୁପାଳନ ପାଇଁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.