fbpx

ମହିଳା ସଂରକ୍ଷଣ ବିଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ, ମହିଳାଙ୍କୁ ୩୩ ପ୍ରତିଶତ କୋଟା: ସୂତ୍ର

Advertisement

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଅବସରରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସଂସଦର ନୂଆ ବିଲଡିଂରେ ହୋଇଥିବା ଏହି ବୈଠକରେ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । ଦିନ ତମାମ ବିରୋଧାଭାସ ଦେଖିବାକୁ ମିଳିଥିବା ବେଳେ ଶେଷରେ ଏହି ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଏହି ମଞ୍ଜୁରୀ ପରେ ଏବେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ତେବେ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ ଏହାକୁ ଲୋକସଭାରେ ଆଗତ କରାଯିବ । ପାଖାପାଖି ୨୭ ବର୍ଷର ଦୀର୍ଘ ସମୟ ପରେ ମହିଳା ସଂରକ୍ଷଣ ବିଲ ଏବେ ସଂସଦର ଟେବୁଲ ଉପରକୁ ଆସିବ । ତଥ୍ୟ ମୁତାବକ, ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୧୫ ପ୍ରତିଶତରୁ କମ୍ ରହିଥିବା ବେଳେ ରାଜ୍ୟ ବିଧାନସଭାରେ ସେମାନଙ୍କର ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ ମଧ୍ୟ କମ୍ ରହିଛି ।

ଏହି ପ୍ରସଙ୍ଗରେ ଶେଷ ଥର ପାଇଁ ଗତ ୨୦୧୦ ମସିହାରେ ପଦକ୍ଷେପ ନିଆଯାଇଥିଲା । ସେ ସମୟରେ ରାଜ୍ୟସଭାରେ ହଙ୍ଗାମା ମଧ୍ୟରେ ବିଲକୁ ପାସ କରାଇ ଦିଆଯାଇଥିଲା ଓ ଯେଉଁମାନେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ବିରୋଧ କରିଥିଲେ ମାର୍ଶାଲଙ୍କ ପକ୍ଷରୁ ସେହି ସାଂସଦଙ୍କୁ ବାହାର କରିଦିଆଯାଇଥିଲା । ମାତ୍ର ଲୋକସଭାରେ ଉକ୍ତ ବିଧେୟକ ରଦ୍ଦ ହେବା କାରଣରୁ ତାହା ପାରିତ ହୋଇ ପାରିନଥିଲା ।

ସୂଚନାଯୋଗ୍ୟ ଯେ, ଲୋକସଭାର ମୋଟ ୫୪୩ ସାଂସଦଙ୍କୁ ମଧ୍ୟରୁ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଯାଇଛନ୍ତି । ରାଜ୍ୟସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୪ ପ୍ରତିଶତ ରହିଛି । ଦେଶର ୧୦ଟି ରାଜ୍ୟର ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି । ସେହି ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡ଼ୁଚେରୀ ସାମିଲ ରହିଛନ୍ତି ।

Get real time updates directly on you device, subscribe now.