fbpx

କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

Advertisement

ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଆଜି କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ୍ ବୈଠକ । ବୈଠକରେ ବାଗଚୀ-ଶଙ୍କର କ୍ୟାନସର ହସ୍ପିଟାଲକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିପାଇଁ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସସ୍ମିତା ବାଗଚୀ ୨ ଶହ ୧୦ କୋଟି ଟଙ୍କା ସହାୟତା କରିବେ । ଏହି କ୍ୟାନସର ହସ୍ପିଟାଲ ପାଇଁ ୨୦ ଏକରର ଜମି ପ୍ରଦାନ କରିବେ ରାଜ୍ୟ ସରକାର । ଚିକିତ୍ସାଳୟଟି ର କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ ହୋଇଯିବ । ପ୍ରଥମେ ଚିକିତ୍ସଳୟଟି ୨୫୦ଟି ଶଯ୍ୟାରେ ଆରମ୍ଭ ହେବା । ପରେ ଏହାର ଶଯ୍ୟା ସଂଖ୍ୟା ୫ ଶହକୁ ବୃଦ୍ଧି କରାଯିବ ।

ସେହିଭଳି ଭୁବନେଶ୍ୱରରେ କରୁଣାଶ୍ରାୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ଅନୁମତି ମିଳିଛି । ଏହାସହ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ୧୩୦ କୋଟି ଟଙ୍କା ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହାବ୍ୟତୀତ ଜିଲ୍ଲା ଜଜ କ୍ୟାଡ଼ର ନିଯୁକ୍ତି ପ୍ରକ୍ରିିୟାକୁ ସରଳ କରାଯିବ ସହିତ ନିଯୁୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତି ସ୍ଥିର କରିବା ପାଇଁ ଓଏସଜେଏସ ଏବଂ ଓଜେଏସ ନିୟମକୁ ସଂଶୋଧନ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ୱାରା ନିଯୁକ୍ତି ବର୍ଷ ଅଗଷ୍ଟ ୧ ପରୀବର୍ତ୍ତେ ଏପ୍ରିଲ ୧ ତାରିଖରୁ ଗଣାଯିବ । ସେହିପରି ଓଡ଼ିଶା ଖଣିଜ ପଦାର୍ଥ ଅଧିନିୟମ ୨୦୦୭ର ପରିବର୍ଦ୍ଧିତ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଚୋରୀ, ବେଆଇନ୍ କାରବାର ନିରାକରଣ ସଂଶୋଧନ ୨୦୨୧କୁ ଏଥିରେ ମଧ୍ୟ ଅନୁମୋଦନ କରାଯାଇଛି

Get real time updates directly on you device, subscribe now.