fbpx

କ୍ୟାବିନେଟର ବଡ ନିଷ୍ପତ୍ତି: ସାର ମୂଲ୍ୟ ଅପରିବର୍ତ୍ତିତ ରହିବ

Advertisement

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସରକାର ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, କେନ୍ଦ୍ର ସରକାର ସାର ଉପରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରିବେ ନାହିଁ । ଏହା ବ୍ୟତୀତ କୃଷି ଜମି ଜଳସେଚନ ଯୋଜନା ସହିତ ସଂଯୁକ୍ତ ହେବ । ଏହା ସହିତ ଏନବିଏସ ଅଧୀନରେ ଥିବା ଚାଷୀଙ୍କୁ ସାର ସବ୍ସିଡି ପ୍ରଦାନ କରାଯିବ । ସୂଚନା ଅନୁଯାୟୀ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଥିଲା । ସେସବୁ ମଧ୍ୟରେ ସବୁଠାରୁ ବଡ ନିଷ୍ପତ୍ତି ଦେଶର କୃଷକମାନଙ୍କ ବିଷୟରେ ଥିଲା । ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ସରକାର ନିଷ୍ପତ୍ତି ନେଇଛନ୍ତି ସାରର ମୂଲ୍ୟ ସାରା ଦେଶରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି ପାଇବ ନାହିଁ । ଏଥିସହ ମୋଦୀ କ୍ୟାବିନେଟ୍, ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ତ୍ୱରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ ପିଏମକେଏସୱାଇ-ଏଆଇବିପି ଅଧୀନରେ ଉତ୍ତରରାଖଣ୍ଡର ଜମରାନି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛନ୍ତି । ଅନୁରାଗ ଠାକୁର କହିଛନ୍ତି ଯେ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ୨ଟି ରାଜ୍ୟ ଏଥିରୁ ଉପକୃତ ହେବେ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଦେଶର ଚାଷୀଙ୍କୁ ପ୍ରଭାବିତ କରିବ ନାହିଁ । ଏନେଇକୃଷକ ହିତ ପାଇଁ ସରକାର ପୁଣି ଥରେ ଏହି ନିଷ୍ପତ୍ତି ନେଇଛନ୍ତି । ରବି ଋତୁ ପାଇଁ ପୁଷ୍ଟିକର ସବସିଡି ଯୋଗାଇ ଦିଆଯିବ । ୨୦୨୧ ମସିହାରୁ ସବସିଡି ହାର ଏପରି ଭାବରେ ସ୍ଥିର ହୋଇଛି ଯେ ଏହାର ବର୍ଦ୍ଧିତ ମୂଲ୍ୟର ପ୍ରଭାବ ଯେପରି କୃଷକମାନଙ୍କ ଉପରେ ନପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାଗ ପିଛା ୪୫ ଟଙ୍କା କମ୍ ମୂଲ୍ୟରେ ଉପଲବ୍ଧ ହେବ । ପୂର୍ବ ମୂଲ୍ୟରେ ୟୁରିଆ ଏବଂ ଡିଏପି ଉପଲବ୍ଧ ହେବ । ମନ୍ତ୍ରୀ କହିଛନ୍ତି ଯେ, ୧ ଅକ୍ଟୋବର ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରବି ଋତୁ ପାଇଁ ସବସିଡି, ନାଇଟ୍ରୋଜେନ ପାଇଁ ଏହା ଏକ କିଲୋ ପିଛା ୪୭.୨ ଟଙ୍କା, ଫସଫରସ୍ ଏକ କିଲୋ ପିଛା ୨୦.୮୨ ଟଙ୍କା, ପୋଟାସ କିଲୋ ପ୍ରତି ୨.୩୮ ଟଙ୍କା ରହିବା ବେଳେ ସଲଫର ଏକ କିଲୋ ପିଛା ୧.୮୯ ଟଙ୍କା ରହିବ ।

ଏହି ସବସିଡି ଜାରି ରହିବ କାରଣ ଯେତେବେଳେ ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହୁଏ, ସରକାର ଚାହାଁନ୍ତି ନାହିଁ ଯେ ଏହା ଆମ ଚାଷୀ ମାନଙ୍କୁ ପ୍ରଭାବିତ କରୁ । ତେବେ ଡିଏପି ପୁରୁଣା ଦର ଅନୁସାରେ ଏକ ବ୍ୟାଗ ପିଛା ୧୩୫୦ ଟଙ୍କା ମିଳିବ । ଏନପିକେ ବ୍ୟାଗ ପିଛା ୧୪୭୦ଟଙ୍କାରେ ଉପଲବ୍ଧ ହେବ । ରବି ଋତୁ ୨୦୨୩-୨୪ ପାଇଁ ଫସଫରସ ଏବଂ ପଟାସ ସାର ଉପରେ ସବସିଡି ଯୋଗାଇ ଦିଆଯାଇଛି ।

Get real time updates directly on you device, subscribe now.