fbpx

ଏଣିକି ନମ୍ବର ସହ ଦେଖାଯିବ କଲ୍ କରୁଥୁବା ବ୍ୟକ୍ତିଙ୍କ ନାମ, ଖୁବଶୀଘ୍ର ଆରମ୍ଭ ହେବ ଫ୍ରୀ କଲର ଆଇଡି ଡିସପ୍ଲେ ସର୍ଭିସ

Advertisement

ନୂଆଦିଲ୍ଲୀ: ଏଣିକି ଅଜଣା ନମ୍ବରରୁ ଆସୁଥିବା କଲରେ, କଲ୍ କରୁଥିବା ବ୍ୟକ୍ତିର ନାମ ମଧ୍ୟ ଆସିବ । ଟେଲିକମ କମ୍ପାନୀଗୁଡିକ ମୁମ୍ବାଇ ଏବଂ ହରିୟାଣା ସର୍କଲରେ କଲର ଆଇଡି ପ୍ରେଜେଣ୍ଟେସନର ଟ୍ରାୟଲ କରିଛନ୍ତି, ଯାହା ସଫଳ ହୋଇଛି । ବର୍ତ୍ତମାନ ସାରା ଦେଶରେ କଲିଙ୍ଗ ନେମ ପ୍ରେଜେଣ୍ଟେସନ ନାମକ ଏହି ସୁବିଧା ସାରା ଦେଶରେ ୧୫ ଜୁଲାଇରୁ ଆରମ୍ଭ ହେବ । ସିମ୍ କିଣିବା ସମୟରେ .. ଫର୍ମରେ ପୂରଣ ହୋଇଥିବା ସୂଚନା ଅନୁଯାୟୀ ବ୍ୟକ୍ତିର ନାମ ଡିସପ୍ଲେ ହେବ । ସ୍ପାମ ଏବଂ ଫ୍ରଡ କଲ ଉପରେ ଅଙ୍କୁଶ ଲଗାଇବା ଏବଂ ସାଇବର କ୍ରାଇମକୁ ରୋକିବା ଲାଗି ସରକାର ଏବଂ ଟେଲିକମ କମ୍ପାନୀ ଏହି ସେବା ଆରମ୍ଭ କରିବାକୁ ରାଜି ହୋଇଛନ୍ତି ।

ସିଏନପି ସେବା ଟ୍ରୁକଲର ପରି ସର୍ଭିସ ରହିବ । ଟେଲିକମ କମ୍ପାନୀମାନ ସିଏନପି ଭଳି କାମ କରୁଛି କି ନାହିଁ ସୀମିତ ସଂଖ୍ୟାରେ ଏହାର ଟେଷ୍ଟିଙ୍ଗ କରାଯାଇଛି । ଟେଷ୍ଟିଙ୍ଗର ରେଜଲ୍ଟ ଡିପାର୍ଟମେଣ୍ଟ ଅଫ ଟେଲିକମୁନିକେସନର ସହ ସେୟାର କରାଯାଇଛି, କାରଣ ପ୍ରସ୍ତାବିତ ସର୍ଭିସ ବିଷୟରେ ଏକ ବ୍ୟବହାରିକ ନିଷ୍ପତ୍ତି ନିଆଯିବ । ମୁମ୍ବାଇ ଏବଂ ହରିୟାଣାରେ ଟ୍ରାଏଲ ସଫଳ ହେବାପରେ ବର୍ତ୍ତମାନ ଟ୍ରାଇ କମ୍ପାନୀଗୁଡିକ ୧୫ ଜୁଲାଇରୁ ଏହି ସର୍ଭିସକୁ ସାରା ଦେଶରେ ଆରମ୍ଭ କରିବାର ନିର୍ଦ୍ଦେଶ ଦେଇଛନ୍ତି ।

 

Get real time updates directly on you device, subscribe now.