fbpx

ଆପଣଙ୍କ ଘରେ ଜଳୁଥିବା ବଲ୍‌ବରେ ନାହିଁ ତ ସ୍ପାଏ କ୍ୟାମେରା, ଜାଣିବେ କେମିତି

ପ୍ରାୟ ସମୟରେ ଲୋକମାନେ ନିଜ ପତ୍ନୀ କିମ୍ବା ପ୍ରେମିକା ସହ ବୁଲାବୁଲି କରିବା ପାଇଁ ବାହାରକୁ ଯାଇଥାନ୍ତି ଓ ହୋଟେଲରେ ରହି କ୍ୱାଲିଟି ଟାଇମ୍ ବିତାଇଥାନ୍ତି । କିନ୍ତୁ ବହୁ ସମୟରେ ଆପଣଙ୍କ ପ୍ରାଇଭେଟ୍ ଭିଡିଓ ଲିକ୍ ହୋଇଯାଏ । ଏହାର କାରଣ ବହୁ ବଦମାସ ଲୋକ ହୋଟେଲ, ଚେଞ୍ଜିଂ ରୁମ୍ ଓ ୱାସ୍‌ରୁମ୍‌ରେ ସ୍ପାଏ କ୍ୟାମେରା ଲଗାଇ ଦେଇଥାନ୍ତି ଯାହାର ପତ୍ତା ବି ଆପଣ ପାଇ ପାରି ନ ଥାନ୍ତି । ଏହାପରେ ସେମାନେ ଆପଣଙ୍କ ପ୍ରାଇଭେଟ୍ ଭିଡିଓ ଲିକ୍ କରିଦେଇଥାନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏକ ଅନୋଖା ସ୍ପାଏ କ୍ୟାମେରା ବିଷୟରେ କହିବାକୁ ଯାଉଛୁ ଯାହା ବଲ୍‌ବରେ ଲଗାଯାଇପାରେ ।

ଏହି ସ୍ପାଇ କ୍ୟାମେରାରେ ୱାଇ ଫାଇ ସଂଯୋଗ ଫିଚର ରହିଥାଏ । ଏଣୁ ବଲ୍‌ବ ବାଲା କ୍ୟାମେରା ଲୁଚି ଛପି ଭିଡିଓ ପ୍ରସ୍ତୁତ କରିବା ସହିତ ଏହାକୁ ସେୟାର ବି କରି ଦେଇଥାଏ । ସ୍ପାଏ କ୍ୟାମେରା ଜରିଆରେ ରେକର୍ଡ କରାଯାଇଥିବା ପର୍ସନାଲ ଭିଡିଓ ଜରିଆରେ କେହି ବି ଆପଣଙ୍କୁ ବ୍ଲାକମେଲ୍ କରିପାରିବ ।
ହୋଟେଲର ଚେଞ୍ଜିଂ ରୁମ୍‌ରୁ ବହୁ ଭିଡିଓ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିସାରିଛି ଯେଉଁଥିରେ ସ୍ପାଏ କ୍ୟାମେରା ଜରିଆରେ କାହାର ବି ଭିଡିଓ ପ୍ରସ୍ତୁତ କରି ତାକୁ ଲିକ୍ କରାଯାଇଛି । ଏହି ସ୍ପାଏ କ୍ୟାମେରା ବଲ୍‌ବ ଠାରୁ ଆରମ୍ଭ କରି ଟେଡି ବିୟରରେ ମଧ୍ୟ ଖଞ୍ଜା ଯାଇପାରିବ । ଏହା ସହଜରେ ଭିଡିଓ ରେକର୍ଡ କରି ସେୟାର କରିପାରିବ ।

ତେବେ ଏହାକୁ ଧରିବାର ସହଜ ବାଟ ବି ରହିଛି । ବଜାରରେ ସ୍ପାଏ କ୍ୟାମେରା ଡିକ୍ଟେଟର ଉପଲବ୍ଧ ଯାହା ହୋଟେଲ ରୁମ୍ କିମ୍ବା କୌଣସି ସ୍ଥାନରେ ଲାଗିଥିବା ସ୍ପାଏ କ୍ୟାମେରାକୁ ସହଜରେ ଡିକ୍ଟେଟ୍ କରିପାରିବ । ଏହାକୁ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ କିଣି ପାରିବେ । ଏହା ବ୍ୟତିତ ଆପଣ ରୁମ୍‌ର ସମସ୍ତ ଲାଇଟ୍‌କୁ ବନ୍ଦ କରି ଦେଖନ୍ତୁ କୌଣସି ସ୍ଥାନରୁ କିଛି ବି ଲାଇଟ୍ ଫ୍ଲାଶ ହେଉଛି କି । ଏହାଦ୍ୱାରା ଆପଣ ସ୍ପାଏ କ୍ୟାମେରାକୁ ଡିକ୍ଟେଟ୍ କରିପାରିବେ ।

Get real time updates directly on you device, subscribe now.