fbpx

ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବା ଦ୍ୱାରା ହେଇଥାଏ କି ଗର୍ଭନଷ୍ଟ ? ଜାଣନ୍ତୁ ଅମୃତଭଣ୍ଡା ଖାଇବା ଉଚିତ କି ନୁହେଁ …

ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ପୁଷ୍ଟିକର ଖାଦ୍ୟ ପରିସର ମଧ୍ୟରେ, ଏଭଳି ଅନେକ ଖାଦ୍ୟ ରହିଛି ଯାହା ମହିଳାମାନେ ଏକ ଶିଶୁ ଆଶା କରୁଥିବା ସମୟରେ ନ ଖାଇବା ଆବଶ୍ୟକ। ଏଥିସହ, ଏହି ସମୟ ମଧ୍ୟରେ ସେମାନେ କେଉଁ ଖାଦ୍ୟ ଖାଇପାରିବେ କିମ୍ବା ଖାଇ ପାରିବେ ନାହିଁ ସେ ବିଷୟରେ ଅନେକ କଥା ଅଛି । ଏହିପରି ଏକ ଖାଦ୍ୟ ହେଉଛି ଅମୃତ ଭଣ୍ଡା ।

ଗର୍ଭଧାରଣ ଏବଂ ଅମୃତଭଣ୍ଡା: ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ ଗର୍ଭଧାରଣ ସମୟରେ ଅମୃତଭଣ୍ଡା ଖାଇବା କ୍ଷତିକାରକ ହେଇପାରେ। ପ୍ରସୂତି ବିଶେଷଜ୍ଞ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ କହିବା ଅନୁସାରେ ଯେ ଅନ୍ୟ ସମସ୍ତ ଫଳ ପରି ଅମୃତଭଣ୍ଡା ରେ ମଧ୍ୟ ପ୍ରଚୁର ପୁଷ୍ଟିକର ତତ୍ତ୍ୱ , ଖଣିଜ ପଦାର୍ଥ ଏବଂ ପାଣିରେ ଭରପୂର ଅଟେ। କିନ୍ତୁ, କଞ୍ଚା କିମ୍ବା ଅପରିପକ୍ୱ ଅମୃତଭଣ୍ଡାରେ ଲାଟେକ୍ସ ଏବଂ ପାପିନ୍ ଥାଏ, ଏହା ଏକ ପ୍ରକାର ରାସାୟନିକ ପଦାର୍ଥ ଯାହାକି ପ୍ରୋଷ୍ଟାଗ୍ଲାଣ୍ଡିନ ଏବଂ ଅକ୍ସିଟୋସିନ୍ ନାମକ ଯୌଗିକର ଗୋଷ୍ଠୀ ଭଳି ସମାନ କାର୍ଯ୍ୟ କରିଥାଏ । ଅତଏବ, ଯଦି ଜଣେ ଗର୍ଭବତୀ ମହିଳା ଅପରିପକ୍ୱ ଅମୃତଭଣ୍ଡା ଖାଏ, ତେବେ ଏହା ଶିଶୁର ଚାରିପାଖରେ ଥିବା ମେମ୍ବ୍ରନକୁ ଦୁର୍ବଳ କରି ଗର୍ଭପାତ ସମସ୍ୟା କୁ ବୃଦ୍ଧି କରିଥାଏ । ତେଣୁ, ଗର୍ଭାବସ୍ଥାରେ ଅମୃତଭଣ୍ଡା ରୁ ଦୂରେଇ ରହିବା ବୁଦ୍ଧିମାନ୍ ବୋଲି ପ୍ରସୂତି ବିଶେଷଜ୍ଞ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ କହିଛନ୍ତି।

ଏହା ସହିତ ଅମୃତ ଭଣ୍ଡା ଖାଇବା ଦ୍ୱାରା ଥଣ୍ଡା ହେବା ସହିତ ଶରୀର କିଛି କିଛି ସ୍ଥାନ ଫଳିଯାଏ, କେବଳ ଏତିକି ନୁହେଁ ଏହା ଦ୍ୱାରା ମୁହଁ ଆଉ ଶରୀରରେ ଦାଗ ମଧ୍ୟ ସୃଷ୍ଟି ହୋଇଥାଏ । ଯାହାକି ଶରୀରରେ ଆଲାର୍ଜି ସୃଷ୍ଟି କରିବାର ଲକ୍ଷଣ ବୋଲି ଆମେ କହିପାରିବା । ଯେଉଁଠାରେ କି ପାଚିଲା ଅମୃତଭଣ୍ଡାରେ ବହୁ ପୃଷ୍ଟିକର ତତ୍ତ୍ୱ ଭରି ହୋଇ ରହିଥାଏ ।

କଞ୍ଚା ଅମୃତଭଣ୍ଡା ଠାରୁ ଗର୍ଭବତୀ ମହିଳାମାନଙ୍କୁ ଦୂରେଇ ରହିବା ଆବଶ୍ୟକ । କୌଣସି ସ୍ଥିତିରେ ଏହାକୁ ଗ୍ରହଣ ନ କରିବା ଆବଶ୍ୟକ । ନଚେତ ଏହା ଗର୍ଭନଷ୍ଟ କରିବାରେ କାରଣ ହୋଇପାରେ ।

Get real time updates directly on you device, subscribe now.