Breaking: କାନାଡାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୧୮ ଯାତ୍ରୀ ଆହତ

ଟରୋଣ୍ଟୋ: କାନାଡ଼ାରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରନୱେରେ ବିମାନ ଓଲଟିବା ଯୋଗୁ ୧୮ ଜଣଯାତ୍ରୀ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ୩ ଜଣ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଚିକିତ୍ସା ଚାଲିଛି ।

ଏ ନେଇ ଟରୋଣ୍ଟୋ ପିୟରସନ୍ ଏୟାରପୋର୍ଟ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ ଶେୟାର କରାଯାଇଛି । ଯେଉଁଥିରେ ଡେଲଟା ବିମାନ ରନୱେରେ ଓଲଟିପଡ଼ିଥିବା କୁହାଯାଇଛି । ସୂଚନା ମୁତାବକ ସୋମବାର ଅପରାହ୍ଣ ୩ଟା ୩୦ରେ ଏ ଘଟଣା ଘଯିଥିବାବେଳେ ବିମାନରେ ୭୬ ଯାତ୍ରୀଙ୍କ ସହ ୪ ଜଣ କ୍ରିୟୁ ମେମ୍ବର ଥିଲେ ।