fbpx

କୋପା ଆମେରିକା ୨୦୨୪ ସେମିଫାଇନାଲରେ ପହଞ୍ଚିଲା କାନାଡ଼ା: ପେନାଲ୍ଟୀ ମୁକାବିଲାରେ ହାରିଲା ଭେନେଜୁଏଲା

ନୂଆଦିଲ୍ଲୀ: କୋପା ଆମେରିକା ୨୦୨୪ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମୁକାବିଲାରେ କାନାଡ଼ା ଓ ଭେନେଜୁଏଲର ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ନିର୍ଦ୍ଧାରିତ ସମୟ ଖେଳ ଶେଷ ସୁଦ୍ଧା ମ୍ୟାଚର ସ୍ଥିତି ୧-୧ରେ ପହଞ୍ଚିବା ଫଳରେ ପେନାଲ୍ଟୀର ସାହାରା ନିଆଯାଇଥିଲା । ତେବେ ପେନାଲ୍ଟୀ ଶୁଟଆଉଟରେ କାନାଡ଼ା ୪-୩ ଗୋଲ ବ୍ୟବଧାନରେ ଭେନେଜୁଏଲକୁ ପରାସ୍ତ କରିଥିଲା । ଏହି ପରାଜୟ ପରେ ଭେଜେଜୁଏଲା ଚଳିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ବେଳେ ବିଜୟ ସହ ଦ୍ୱିତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି କାନାଡ଼ା ।

ପେନାଲ୍ଟୀ ଶୁଟଆଉଟରେ ମ୍ୟାଚର ସ୍ଥିତି ୩-୩ରେ ରହିଥିଲା । ମାତ୍ର ଏହାପରେ ଭେନେଜୁଏଲାର ୱିଲକର ଆଙ୍ଗେଲ ଏକ ଗୋଲ ମିସ୍ କରିଦେଇଥିଲେ । କାନାଡ଼ାର ଇସମାଇଲ କୋନୋଙ୍କ ଶଟ୍ ଗୋଲରେ ପରିଣତ ହେବା ପରେ କାନାଡ଼ାର ବିଜୟ ପଥ ପରିଷ୍କାର ହୋଇଯାଇଥିଲା । ପେନାଲ୍ଟୀ ମୁକାବିଲାରେ ଭେନେଜୁଏଲର ୪-୩ରେ ପଛରେ ରହିଯାଇଥିଲା । ଏହି କ୍ୱାର୍ଟରଫାଇନାଲ ମୁକାବିଲାର ୧୩ତମ ମିନିଟରେ କାନାଡ଼ାର ଜାକବ ଶାଫେଲବର୍ଗ ଏକ ଗୋଲ ସ୍କୋର କରିଥିଲେ । ଏହା ପୂର୍ବରୁ ଇକ୍ୱେଡରକୁ ପରାସ୍ତ କରି ଆର୍ଜେଣ୍ଟିନା ପ୍ରଥମ ଦଳ ଭାବେ କୋପା ଆମେରିକାର ସେମିଫାଇନାଲରେ ପ୍ରବେଶ କରିଥିଲା ।

Get real time updates directly on you device, subscribe now.