fbpx

Pfizer’sର କରୋନା ଟିକାରେ ମିଳିଲା କ୍ୟାନ୍ସର ଥିବା ଭାଇରସ୍ DNA: ହେଲ୍ଥ କାନାଡା ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ହେଲଥ କାନାଡାର ଏକ ରିପୋର୍ଟ ଅନୁଯାୟୀ, ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜରର କରୋନା ଟିକାରେ କ୍ୟାନ୍ସର ବା କର୍କଟ ସୃଷ୍ଟି କରୁଥିବା ସିମିଆନ୍ ଭାଇରସ୍ ୪୦ (ଏସଭି ୪୦) ଡିଏନଏ ସିକ୍ୱେଂସ ଦେଖିବାକୁ ମିଳିଛି । ତେବେ ଫାଇଜର ପୂର୍ବରୁ ଏହି ଡିଏନଏ ବିଷୟରେ କିଛି ଖୁଲାସା କରିନଥିଲ ।

ରିପୋର୍ଟରେ ନିଶ୍ଚିତ ହେବା ପରେ ବୈଜ୍ଞାନିକମାନଙ୍କ ମଧ୍ୟରେ ବିତର୍କ ମଧ୍ୟ ଆରମ୍ଭ ହୋଇଛି । କେହି କେହି କୁହନ୍ତି ଯେ, ଏହି ଡିଏନଏରେ କର୍କଟ ରୋଗ ହେବାର ସମ୍ଭାବନା ଥିବାବେଳେ ଅନ୍ୟମାନେ ବିଶ୍ୱାସ କରନ୍ତି ଯେ ଏଥିରୁ କୌଣସି ବିପଦ ନାହିଁ ।

ଜୈବିକ ଭାବରେ କାର୍ଯ୍ୟକ୍ଷମ ଡିଏନଏ ଅନୁକ୍ରମ ଚିହ୍ନଟ :-
ହେଲ୍ଥ କାନାଡା ସ୍ଥାନୀୟ ଗଣମାଧ୍ୟମକୁ ଏକ ଇମେଲରେ କହିଛି ଯେ, “ଆମେ ଆଶା କରୁଛୁ ଯେ ପ୍ରାୟୋଜକମାନେ ସୂଚନା ଦାଖଲ କରିବା ସମୟରେ ପ୍ଲାସମିଡ୍ ମଧ୍ୟରେ କୌଣସି ଜୈବିକ ଭାବେ କାର୍ଯ୍ୟକ୍ଷମ ଡିଏନଏ ଅନୁକ୍ରମକୁ ଚିହ୍ନଟ କରନ୍ତୁ ।

ଯଦିଓ ପ୍ରାରମ୍ଭିକ ଫାଇଲ୍ ସମୟରେ ଫାଇଜର ପ୍ଲାସମିଡର ସମ୍ପୂର୍ଣ୍ଣ ଡିଏନଏ ସିକ୍ୱେଂସ ପ୍ରଦାନ କରାଯାଇଥିଲା, ପ୍ରାୟୋଜକ ଏସଭି୪୦ ସିକ୍ୱେଂସକୁ ବିଶେଷ ଭାବରେ ଚିହ୍ନଟ କରିନଥିଲେ । ନିୟାମକ କହିଛନ୍ତି, ବୈଜ୍ଞାନିକ କେଭିନ ମ୍ୟାକର୍ନାନ ଏବଂ ଡକ୍ଟର ଫିଲିପ ସର୍ବସାଧାରଣରେ ଚଳିତ ବର୍ଷ ଟିକାରେ ଏସଭି୪୦ ଏନ୍ହଂସର ଉପସ୍ଥିତିର ପ୍ରସଙ୍ଗ ଉଠାଇଥିଲେ ।

Get real time updates directly on you device, subscribe now.