fbpx

Sister ତୁମ ଗୋଡ଼ ଧରୁଛି, ପ୍ଲିଜ ମୋତେ ଭୋଟ ଦେବ: ଛାତ୍ର ସଂସଦ ନିର୍ବାଚନ ଭୋଟ ହାତେଇବାର ନୂଆ ତରିକା

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନେତାମାନେ ଭୋଟ ହାତେଇବା ପାଇଁ ଭୋଟରଙ୍କ ନିକଟରେ ବିଭିନ୍ନ ପ୍ରକାରର କଳ କୌଶଳ ପ୍ରୟୋଗ କରିଥାନ୍ତି । ତେବେ ଅନୁରୂପ ଭାବେ କଲେଜ ନିର୍ବାଚନରେ ପ୍ରାର୍ଥୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ତରିକାରେ ନିଜ ସପକ୍ଷକୁ ଆଣିବାକୁ ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନରେ ।

ଭରତପୁର ସହର ସ୍ଥିତ ମହାରାଣୀ ଶ୍ରୀ ଜୟ କଲେଜର ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ର ସଂସଦ ନିର୍ବାଚନର ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ଭୋଟ ନିଜ ସପକ୍ଷକୁ ଆଣିବା ପାଇଁ ବିଭିନ୍ନ କୌଶଳ ଆପଣାଇଛନ୍ତି । କିଛି ପ୍ରାର୍ଥୀ ଛାତ୍ରୀମାନଙ୍କ ପାଦ ଛୁଇଁ ଭୋଟ ଭିକ୍ଷା କରୁଛନ୍ତି । ଏପରି କିଛି ମଜାଦାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ପ୍ରାର୍ଥୀମାନଙ୍କର ଏପରି ହରତକ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅଡ଼ୁଆରେ ପକାଇଛି । ଆମେ ସମର୍ଥନ କରିବୁ, ଆମର ପାଦ ଛୁଅଁ ନାହିଁ ବୋଲି କିଛି ଛାତ୍ରୀ କହୁଥିବାର ଦେଖାଯାଇଛି । ଏବିଭିପି ଓ ଏନଏସୟୁଆଇର ପ୍ରତ୍ୟାଶୀମାନେ ଲାଇନ ଲଗାଇ ତଳେ ଶୋଇ ଭୋଟରଙ୍କ ପାଦ ଛୁଇଁଥିବା ଦେଖାଯାଇଥିଲା । ଭରତପୁରରେ ଆଜି ଏକାଧିକ କଳେଜରେ ଭୋଟିଂ ଆରମ୍ଭ ହୋଇଥିଲା । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖାପାଖି ୧୦୦ ପୋଲିସଙ୍କୁ କ୍ୟାମ୍ପସରେ ନିୟୋଜିତ କରାଯାଇଥିଲା ।

Get real time updates directly on you device, subscribe now.