ନୂଆଦିଲ୍ଲୀ: ସ୍ପାଇସଜେଟର ବିମାନ ଏସଜି-୭୨୩କୁ ରବିବାର ଦିନ ବିହାରର ପାଟନା ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା, ଯେଉଁଥିରେ ୧୮୫ ଲୋକ ଥିଲେ । ବିମାନଟି ଉଡ଼ାଣ ଭରିବା ପରେ ଇଞ୍ଜିନରେ ନିଆଁ ଲାଗିଥିଲା, ଯାହାଫଳରେ ପାଟନାରେ ଜରୁରୀକାଳୀନ ଅବତରଣ କରିଥିଲା । ପାଟନା ଜିଲ୍ଲା ପ୍ରଶାସନ ଓ ଏୟାରପୋର୍ଟ ଅଧିକାରୀମାନେ ଏହାର ସୂଚନା ଦେଇଥିଲେ ।
#WATCH Patna-Delhi SpiceJet flight safely lands at Patna airport after catching fire mid-air, all 185 passengers safe#Bihar pic.twitter.com/vpnoXXxv3m
— ANI (@ANI) June 19, 2022
ସ୍ଥାନୀୟ ଲୋକଙ୍କ ଦ୍ୱାରା ଶୁଟ କରାଯାଇଥିବା ଭିଡିଓରେ ବିମାନର ବାମ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା କୌଣସି ମୃତାହତର ଖବର ନଥିବା ଅଧିକାରୀ କହିଛନ୍ତି । ଏହି ଜରୁରୀକାଳୀନ ପରିସ୍ଥିତିରେ ପାଇଏଟ୍ ଯେପରି ବିମାନକୁ ଅବତରଣ କରି ନିଜ ବୁଦ୍ଧିର ପରିଚୟ ଦେଇଛନ୍ତି, ତାହା ପ୍ରଶଂସା ଯୋଗ୍ୟ ।
Exclusive Video from inside the plane
This looks very dangerous.#SpiceJet #Patna pic.twitter.com/qRxHlSFGwN
— Govind Pandey (@iGovindPandey) June 19, 2022
ତେବେ ଏହି ବିମାନର ଦାୟିତ୍ୱ ଯାହାଙ୍କର ଉପରେ ଥିଲା, ସେ ହେଉଛନ୍ତି କ୍ୟାପଟେନ୍ ମୋନିକା ଖନ୍ନା । ବିମାନରେ ନିଆଁ ଲାଗିବା ପରେ କ୍ୟାପଟେନ୍ ମୋନିକା ଖନ୍ନା ଯାତ୍ରୀମାନଙ୍କ ମନୋବଳକୁ ବଢ଼ାଇଥିଲେ । ଏଭଳି ପରିସ୍ଥିତିରେ ସେ ନିଜେ ମଧ୍ୟ ବିଚଳିତ ନହୋଇ ଏଟିସି କଣ୍ଟ୍ରୋଲ ସଞ୍ଚାଳକଙ୍କ ସହ କଥା ହୋଇ ପ୍ରଭାବିତ ଇଞ୍ଜିନକୁ ବନ୍ଦ କରିଥିଲେ ଓ ଜରୁରୀକାଳୀନ ଅବତରଣ କରିଥିଲେ ।
#WATCH Delhi bound SpiceJet flight returns to Patna airport after reporting technical glitch which prompted fire in the aircraft; All passengers safely rescued pic.twitter.com/Vvsvq5yeVJ
— ANI (@ANI) June 19, 2022