fbpx
BJD SKY
BJD SKY

(Video) କଥା ଦେଇ କଥା ରଖିଛନ୍ତି ଅଧିନାୟକ ରୋହିତ: ସରଫରାଜଙ୍କ ବାପାଙ୍କୁ ଦେଇଥିଲେ ଏହି ପ୍ରତିଶ୍ରୁତି

BJD

ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ସିରିଜ ବିଜୟୀ ହୋଇଛି ଟିମ ଇଣ୍ଡିଆ । ରାଞ୍ଚି ଟେଷ୍ଟରେ ୫ ୱିକେଟରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ରୋହିତ ସେନା । ଏହି ମ୍ୟାଚ ପରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳରେ ନୂଆ କରି ସାମିଲ ହୋଇଥିବା ସରଫରାଜ କାନଙ୍କ ବାପାଙ୍କୁ ଦେଇଥିବା ଏକ ପ୍ରତିଶ୍ରୁତି ସେ ଏହି ମ୍ୟାଚରେ ପୂରଣ କରିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ମଧ୍ୟ ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ସାଥୀ ଖେଳାଳିଙ୍କ ପ୍ରତି ତାଙ୍କର ଯତ୍ନ ଏବଂ ଭଲ ପାଇବାର ଝଲକ ରାଞ୍ଚି ଟେଷ୍ଟରେ ଦେଖିବାକୁ ମିଳିଛି ।

ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ରୋହିତ ଡେବ୍ୟୁଟାଣ୍ଟ କ୍ରିକେଟର ସରଫରାଜଙ୍କୁ ସିଲି ପଏଣ୍ଟରେ ପିଲ୍ଡିଂ କରିବାକୁ କହିଥିଲେ । ତେବେ ସରଫରାଜ ଅଧିନାୟକଙ୍କ ନିର୍ଦ୍ଦେଶକୁ ତିଳେ ହେଲେ ଡେରି ନ କରି ଉଚିତ୍ ସ୍ଥାନରେ ଯାଇ ଠିଆ ହୋଇଥିଲେ । କିନ୍ତୁ ଏହାପରେ ସରଫରାଜଙ୍କ ଉପରେ ରାଗି ଯାଇ ରୋହିତ ତାଙ୍କୁ ଗାଳି କରିଛନ୍ତି । କାରଣ ସରଫରାଜ ବିନା ହେଲମେଟ କିମ୍ବା କୌଣସି ସୁରକ୍ଷା ଗାର୍ଡ ନ ପିନ୍ଧି ବ୍ୟାଟ୍ସମ୍ୟାନର ଖୁବ ନିକଯରେ ଫିଲ୍ଡିଂ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ଏହା ଦେଖି ରୋହିତ ସରଫରାଜଙ୍କ ଉପରେ ବିରକ୍ତ ହୋଇ ତାଙ୍କୁ ଗାଳି କରିଥିଲେ । ରୋହିତ କହିଛନ୍ତି ଯେ, ସରଫରାଜ, ଏଠି ହିରୋ ଭଳି ହୁଅ ନାହିଁ… ହେଲମେଟ ଏବଂ ଗାର୍ଡ ପିନ୍ଧି ଫିଲ୍ଡିଂ କର । ରୋହିତଙ୍କ ଏହି କଥାରେ ସରପରାଜ ସଙ୍ଗେ ସଙ୍ଗେ ହେଲମେଟ ମଗାଇ ଫିଲ୍ଡିଂ କରିଥିଲେ ।

ତୃତୀୟ ଟେଷ୍ଟରେ ଡେବ୍ୟୁ କରିଥିଲେ ଯୁବ କ୍ରିକେଟର ସରଫରାଜ ଖାନ୍ । ତେବେ ଏହି ମ୍ୟାଚ ପୂର୍ବରୁ ସରଫରାଜଙ୍କ ସଫଳତାରେ ବାପା ନୌସଦ ଖାନ୍ ଭାବବିଭୋର ହୋଇ ପଡ଼ିଥିଲେ । ଏହାପରେ ସରଫରାଜଙ୍କ ବାପାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ୱସନା ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ରୋହିତଙ୍କୁ କୁଣ୍ଢାଇ କାନ୍ଦି ପକାଇଥିଲେ ସରଫରାଜଙ୍କ ବାପା ଏବଂ ରୋହିତଙ୍କୁ କହିଥିଲେ ଯେ, ସାର୍ ସରଫରାଜଙ୍କ ଧ୍ୟାନ ରଖିବେ । ରୋହିତ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ହଁ ନିଶ୍ଚିତ । ତେବେ ତୃତୀୟ ମ୍ୟାଚରେ ସରଫରାଜଙ୍କ ବାପାଙ୍କୁ ଦେଇଥିବା କଥା ରଖିଛନ୍ତି ରୋହିତ । ଚତୁର୍ଥ ଟେଷ୍ଟରେ ସରଫରାଜଙ୍କୁ ଭୁଲ ବାଟରୁ ଆଣି ତାଙ୍କୁ ସଠିକ ବାଟ ଦେଖାଇଛନ୍ତି ଅଧିନାୟକ ରୋହିତ ଶର୍ମା ।

ଚତୁର୍ଥ ମ୍ୟାଚରେ ଏହି ଘଟଣା ପରେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସାଥୀ ଖେଳାଳି ଏବଂ ଜୁନିୟର ଖେଳାଳିମାନଙ୍କ ପ୍ରତି ରୋହିତଙ୍କ ଯତ୍ନକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି ଅଧିନାୟକ ରୋହିତ । ସୋସିଆଲ ମିଡିଆରେ ରୋହିତ-ସରଫରାଜଙ୍କ ଏହି ଭିଡିଓ ପୋଷ୍ଟ କରି ୟୁଜର ଲେଖିଛନ୍ତି ଯେ, ପ୍ରତିଶ୍ରୁତି ର୪ା ହୋଇଛି, ଆଉ ସବୁବେଳେ ରହିବ… ।

Get real time updates directly on you device, subscribe now.