fbpx

ପୋଲିସ୍ କର୍ମୀଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଚେଷ୍ଟା, ସାମନାକୁ ଆସିଲା ଛାତିଥରା ଭିଡିଓ

ଚଣ୍ଡିଗଡ଼: ସ୍ୱାଧୀନତା ଦିବସ ଭଳି ଏକ ବିଶେଷ ଦିନରେ ପୋଲିସ୍ କର୍ମୀ ସହିତ ହୋଇଥିବା ଏକ ଅଭାବନୀୟ ଘଟଣା ସମାନାକୁ ଆସିଛି । ଜଣେ ପୋଲିସ୍ ଅଫିସର୍ ଙ୍କୁ ଗାଡ଼ି ଚଢ଼ାଇ ମାରି ଦେବାକୁ ଚେଷ୍ଟା କରାଯାଇଛି । ଆଜିର ଏହି ମହତ୍ ଦିନରେ ପୋଲିସ୍ କର୍ମୀ ଠାରୁ ଆରମ୍ଭ କରି ବିଭିନ୍ନ ପଦାଧିକାରୀ ମାନଙ୍କୁ ଆମେ ସମ୍ମାନ ଜଣାଉଥିବା ବେଳେ ଏମିତି ଏକ ଭିଡିଓ ସାମନାକୁ ଆସିଛି । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି ।

ତେବେ ଭିଡିରେ ଯାହା ଦେଖିବାକୁ ମିଳିଛି, ଗୋଟିଏ ଧଳା ରଙ୍ଗର ଗାଡ଼ିକୁ ପୋଲିସ୍ କର୍ମୀ ଜଣକ ରୋକିବାକୁ ଚେଷ୍ଟା କରୁଛନ୍ତି । ହେଲେ ଡ୍ରାଇଭର୍ ଜଣକ ଗାଡ଼ିକୁ ନ ରୋକି ଓଲଟି ପୋଲିସ୍ କର୍ମୀଙ୍କ ଚଢ଼ାଇ ଚାଲି ଯାଉଛନ୍ତି । ଆଉ ସ୍ପିଡ୍ ରେ ଚଲାଇ ଚାଲିଯାଉଛନ୍ତି । ତେବେ କାର୍ ଡ୍ରାଇଭର୍ ଜଣକ ଫେରାର୍ ହେବାକୁ ଚେଷ୍ଟା କରୁଛନ୍ତି । ଯଦ୍ୱାରା ପୋଲିସ୍ ଗାଡ଼ିଟିକୁ ରୋକି ପାରିନାହାନ୍ତି ଏବଂ ରୋଡ୍ ଉପରେ ଅଚେତ୍ ହୋଇପଡ଼ିଯାଉଛନ୍ତି । ଆଉ ତାଙ୍କ ଜୀବନ ବଞ୍ଚି ଯାଇଛି । ବର୍ତ୍ତମାନ ତାଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । କିନ୍ତୁ ପରେ ଉକ୍ତ ଡ୍ରାଇଭର୍ କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.