fbpx

ଭାରସାମ୍ୟ ହରାଇ ଧାନ ବିଲକୁ ଖସିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Advertisement

ବାଲିପାଟଣା (ଭାସ୍କର ନ୍ୟୁଜ୍‌):  ହଂସପାଳ ନିମାପଡ଼ା ରାସ୍ତାରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତା ତଳକୁ ଧାନ ବିଲ ଭିତରକୁ ଖସି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ହଂସପାଳ ନିମାପଡ଼ା ରାସ୍ତା ମଧ୍ୟରେ ବାଲିାଟଣା ଥାନା ଅନ୍ତର୍ଗତ ଭାକର ସାହି ପଞ୍ଚାୟତର ନରଣପୁର ଗ୍ରାମ ସ୍ଥିତ ଏକ କେନାଲ୍‌ ପାଖ ରାସ୍ତା ଖରାପ ହୋଇଯାଇଥିବାରୁ ସେଠାରେ ପ୍ରାୟ କିଛି ନା କିଛି ଦୁର୍ଘଟଣା ଘଟୁଛି ।

ଘଟଣା କ୍ରମରେ  ଏକ ହୁଣ୍ଡାୟୀ କ୍ରେଟା କାର୍‌ ସେହି ରାସ୍ତାରେ ଯାଉଥିବା ବେଳେ ନିଜର ଭାରସାମ୍ୟ ହରାଇ ପ୍ରାୟ ରାସ୍ତାର ୧୫ ଫୁଟ୍‌ ତଳକୁ ଖସି ଧାନ ବିଲରେ ପଶିଯାଇଥିଲା । କାର୍‌ ଭିତରେ ଥିବା ଚାଳକ ଏବଂ ତିନି ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇ ଥିବା ବେଳେ କାର୍‌ ଟିର ଆଗ ପାଖ ଭାଙ୍ଗି ଯାଇଛି । ପରେ ମେସିନ୍‌ ଆସି କାର୍‌କୁ ଉଦ୍ଧାର କରିଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.