Career Tips: ମାଇକ୍ ଦେଖି ଲାଗୁଛି କି ଡର ? କନଫିଡେଣ୍ଟ ସ୍ପିକର ହେବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଯୁବପିଢ଼ି ନିଜ କ୍ୟାରିୟର ଗଢ଼ିବା ଦିଗରେ ବ୍ୟସ୍ତ ରହୁଛନ୍ତି । ପ୍ରତିଦ୍ୱନ୍ଦିତାମୂଳକ ବାତାବରଣରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସର୍ବାଦା ଚେଷ୍ଟା କରିଥାନ୍ତି । ଏଥିମଧ୍ୟରୁ କିଛି ବ୍ୟକ୍ତି ଆଉଟ୍ ସ୍ପୋକେନ୍ ଥାନ୍ତି । ତାଙ୍କ କଥା କହିବା ଅନ୍ଦାଜ ସମସ୍ତଙ୍କୁ ଭଲ ଲାଗିଥାଏ । ଉତ୍ତମ ଯୋଗାଯୋଗ ଶୈଳୀ ବ୍ୟକ୍ତିତ୍ୱ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । କିନ୍ତୁ କିଛି ଇଣ୍ଟ୍ରୋଭର୍ଟ କିମ୍ବା ଲାଜକୁଳା ସ୍ୱଭାବର ବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ନିଜକୁ ପ୍ରକାଶ କରିବାରେ ସଂକୋଚ ଅନୁଭବ କରିଥାନ୍ତି । ତେବେ ନିମ୍ନଲିଖିତ କିଛି ସହଜ ଟିପ୍ସ ଦ୍ୱାରା ଯୋଗାଯୋଗ ଶୈଳୀରେ ପରିବର୍ତ୍ତନ ଆଣିପାରିବା ।

୧. ଉଚିତ ଶବ୍ଦର ଚୟନ କରିବା: ପବ୍ଲିକ୍ ସ୍ପିକିଂ ପାଇଁ ପ୍ରଥମେ ଉଚିତ ଶବ୍ଦର ଚୟନ କରିବା ଆବଶ୍ୟକ । ଏଥିପାଇଁ ସାଙ୍ଗସାଥି, ପରିବାର କିମ୍ବା ଅନ୍ୟମାନଙ୍କ ସହ ଆଲୋଚନା କରନ୍ତୁ । ଉଚିତ ଶବ୍ଦ ପ୍ରୟୋଗ ନ କଲେ ସାମ୍ନା ବ୍ୟକ୍ତିକୁ ଭୁଲ ସନ୍ଦେଶ ଯାଇଥାଏ ।

୨. ସ୍ପଷ୍ଟ ଉଚ୍ଚାରଣ: ସ୍ପଷ୍ଟ ଉଚ୍ଚାରଣ ଦ୍ୱାରା ଆପଣ ଅନ୍ୟକୁ ପ୍ରଭାବିତ କରିପାରିବେ । ଏଥିପାଇଁ ନିରନ୍ତର ଟଙ୍ଗ୍ ଟ୍ୱିଷ୍ଟର ଅଭ୍ୟାସ କରିପାରିବେ । ଏହା ଦ୍ୱାରା ସାମ୍ନା ବ୍ୟକ୍ତି ଆପଣଙ୍କ କଥା ସହଜରେ ବୁଝିଥାଏ ।

୩. ପଢ଼ା ଅଭ୍ୟାସ: ନିୟମିତ ଖବର କାଗଜ, ମାଗାଜିନ୍, ନୋଭେଲ କିମ୍ବା ଅନ୍ୟାନ୍ୟ ପୁସ୍ତକ ପଢ଼ିବା ଅଭ୍ୟାସ ବିକଶିତ କରିବା ଉଚିତ । ଏହା ଦ୍ୱାରା ଆମେ ନୂତନ ଶବ୍ଦ ବିଷୟରେ ଜାଣିବାକୁ ପାଇଥାଉ । ଆମ ଲେଖା ଏବଂ କହିବା ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ ।

୪. ନନ୍ ଷ୍ଟପ୍ କହିବା: ଜଣେ ଉତ୍ତମ ସ୍ପିକରକୁ ସବୁବେଳେ ସ୍ୱର(tone) ଉପରେ ଫୋକସ୍ କରିବା ଜରୁରୀ । କେଉଁଠି ଧିରେ କହିବେ, ଜୋରରେ କହିବେ, କେଉଁଠି ବିରାମ ନେବେ ଇତ୍ୟାଦି ବିଷୟରେ ଜାଣିଥିବା ଉଚିତ । ଗୋଟିଏ ରାହାରେ ସବୁ କିଛି କହିଗଲେ ସାମ୍ନା ବ୍ୟକ୍ତି କିଛି ବୁଝିପାରି ନଥାଏ । ନନ୍ ଷ୍ଟପ୍ କହିବା ଛାଡ଼ି ଆରାମରେ ବୁଝିଲା ଭଳି ନିଜ କଥା ଉପସ୍ଥାପନ କରିବା ଉଚିତ । ଏହା ବ୍ୟତୀୟ ସାମ୍ନା ବ୍ୟକ୍ତିର କଥା ଶୁଣିବା ମଧ୍ୟ ଜରୁରୀ ଅଟେ ।