କାର୍ଟୁନ୍ ବକ୍ସ ବ୍ୟବସାୟ କରି ପ୍ରତି ମାସ ରୋଜଗାର କରନ୍ତୁ ୬ଲକ୍ଷ ଟଙ୍କା, ଜାଣନ୍ତୁ ବିଜ୍ନେସରେ ଆରମ୍ଭ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବେ
ନୂଆଦିଲ୍ଲୀ: ଆମେ ସାଧାରଣତଃ କୌଣସି ବି ସାମଗ୍ରୀ କିଣିଲେ ତାହା ମୁଖ୍ୟତଃ ଏକ କାର୍ଟୁନ୍ ବକ୍ସ ଭିତରେ ପ୍ୟାକ୍ ହୋଇ ଆସିଥାଏ । ଆମେ ସାମଗ୍ରୀ ବାହାର କରିସାରିବା ପରେ ତାହାକୁ ଅଳିଆଗଦାକୁ ଫିଙ୍ଗିଦେଇଥାଉ । କିନ୍ତୁ କ’ଣ ଆପଣଙ୍କର ଏହି କାର୍ଟୁନ୍ ବକ୍ସର ବିଜ୍ନେସ୍ ସମ୍ବନ୍ଧରେ କିଛି ଜ୍ଞାନ ଅଛି? ସୂଚନାଯୋଗ୍ୟ କି କିଛିବର୍ଷ ହେବ ଅନ୍ଲାଇନ୍ ସପିଂ ବୃଦ୍ଧି ପାଇଛି । ଛୋଟ ଧରଣର ଜିନିଷ ପତ୍ର କିମ୍ବା ସାମଗ୍ରୀକୁ ବି ଅନ୍ଲାଇନ୍ ଡେଲିଭେରୀ କାରଣରୁ ଏହି କାର୍ଟୁନ୍ ବକ୍ସର ବ୍ୟବହାର ଦ୍ରୁତ ଅଭିବୃଦ୍ଧି ହୋଇଛି । କିଛି କମ୍ପାନୀ ମାନେସାମଗ୍ରୀ ଡେଲିଭରି କରିବା ପାଇଁ ଡିଜାଇନ୍ କାର୍ଟୁନ୍ ବକ୍ସ ବ୍ୟବହାର କରିଥାନ୍ତି । ଏପରି ସ୍ଥଳେ କାର୍ଟୁନ୍ ବକ୍ସର ବଜାର ବି ଏବେ ପୂର୍ବାପେକ୍ଷା ବେଶ୍ ବୃଦ୍ଧି ପାଇଛି । ଯଦି ଆପଣ ଏହି କାର୍ଟୁନ୍ ବକ୍ସ ତିଆରି କରିବା କାରବାର କରିବେ ତେବେ ପ୍ରତି ମାସରେ ମୋଟା ଧରଣର ଆୟ କରିବା ନିଶ୍ଚିତ ।
ବାଣିଜ୍ୟ କରିବା ପୂର୍ବରୁ ପ୍ରଥମେ କରନ୍ତୁ ଏହି କାମ
କୌଣସି ବି ବେପାର ବାଣିଜ୍ୟରେ ସଫଳତା ପାଇଁ କଠୋର ପରିଶ୍ରମ, ନିଷ୍ଠା ଓ ସମର୍ପଣ ଭାବ ରଖିବା ସହ ପ୍ରଥମେ ଉକ୍ତ ବ୍ୟବସାୟ ସମ୍ବନ୍ଧରେ ପ୍ରତିଟି ବିବରଣୀ ଜାଣିବା ଉଚିତ୍ । କାର୍ଟୁନ୍ ପ୍ରଡକ୍ସନ୍ ବିଜ୍ନେସ୍ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଏହାର ଉତ୍ପାଦ ସମ୍ବନ୍ଧରେ ସମସ୍ତ ପ୍ରକାର ଜ୍ଞାନ ରହିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂରୁ କୋର୍ସ କରି ଏହି ବାଣିଜ୍ୟ ସମ୍ପର୍କିତ ଆବଶ୍ୟକ ଜ୍ଞାନ ହାସଲ କରିପାରିବେ ।
ଲାଇସେନ୍ସ ଜରୁରୀ
ଭାରତରେ କୌଣସି ବି ବାଣିଜ୍ୟ ଆରମ୍ଭ କରିବା ପାଇଁ ଉପଯୁକ୍ତ ବାଣିଜ୍ୟ ପଞ୍ଜିକରଣ ଜରୁରୀ ହୋଇଥାଏ । ଆପଣଙ୍କୁ କାର୍ଟୁନ୍ ବେପାର ଆରମ୍ଭ କରିବାକୁ ହେଲେ ଏମ୍ଏସ୍ଏମ୍ଇ ରେଜିଷ୍ଟ୍ରେସନ୍ ଅଥବା ଆଧାର ରେଜିଷ୍ଟ୍ରେସନ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ସରକାରୀ ସହାୟତା ବି ମିଳିବ । ଏହାବାଦ୍ ଆପଣଙ୍କୁ ଫ୍ୟାକ୍ଟ୍ରି ଲାଇସେନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ଓ ଜିଏସ୍ଟି ରେଜିଷ୍ଟ୍ରେସନ୍ କରିବା ଜରୁରୀ ।
କଞ୍ଚାମାଲ୍ର ଆବଶ୍ୟକତା
କାର୍ଟୁନ୍ ବକ୍ସ ପ୍ରସ୍ତୁତ ଲାଗି ମୁଖ୍ୟତଃ କ୍ରାଫ୍ଟ ପେପରର ବ୍ୟବହାର କରାଯାଇଥାଏ । ଆପଣ ଯେତେ ଭଲ କ୍ୱାଲିଟିର କ୍ରାଫ୍ଟ ପେପର ବ୍ୟବହାର କରିବେ ଆପଣଙ୍କ ବାକ୍ସ ସେତିକି କ୍ୱାଲିଟିର ପ୍ରସ୍ତୁତ ହେବ । ବିଜ୍ନେସରେ କେତେ ଟଙ୍କା ଖର୍ଚ୍ଚ କରିବେ? ଏହି ବିଜ୍ନେସ୍ ଆରମ୍ଭ କରିବା ପାଇଁ ଆପଣଙ୍କୁ ୫,୫୦୦ ସ୍କେୟାରଫୁଟ୍ ଜାଗାର ଆବଶ୍ୟକତା ପଡ଼ିବ । ଯଦି ଆପଣଙ୍କ ପାଖରେ ଜାଗା ପୂର୍ବରୁ ରହିଛି ତେବେ ଆପଣଙ୍କୁ କେବଳ ମେସିନ୍ କିଣିବା ପାଇଁ ଅର୍ଥ ଯୋଗାଡ଼ କରିବାକୁ ହେବ । ଯଦି ସେମି ଅଟୋମେଟିକ୍ ମେସିନ୍ ସହ ବଡ଼ ଧରଣର ଏହି ବିଜ୍ନେସ୍ ଆରମ୍ଭ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ । କିନ୍ତୁ ଯଦି ଆପଣ ସଂପୂର୍ଣ୍ଣ ଅଟୋମେଟିକ୍ ମେସିନ୍ କିଣିବେ ତେବେ ଆପଣଙ୍କୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ ।
ପ୍ରତିମାସରେ କେତେ ଟଙ୍କା ଆୟ କରିବେ? ଏହି ବାଣିଜ୍ୟରେ ଲାଭ ବେଶ୍ ଭଲ ରହିଛି । ପ୍ରତିଟି କ୍ଷେତ୍ରରେ ଏହାର ଡିମାଣ୍ଡ ଥିବାରୁ ଆପଣ ପ୍ରତି ମାସରେ ୪-୬ଲକ୍ଷ ଟଙ୍କା ରୋଜଗାର କରିପାରିବେ ।