ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନାରେ ଅଚ୍ୟୁତ ସାମନ୍ତଙ୍କ ନାଁରେ ମାମଲା । ଭାରତୀୟ ନ୍ୟାୟ ସଂହିତା ଧାରା ୩୨୯(୩), ୩୨୪(୪), ୩୦୩(୨)ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
ଟଙ୍କପାଣି ରୋଡରେ ବଂଶୀଧର ବେହେରାଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇଥିବା ସୂଚନା । କିସ ପାଖରେ ଥିବା ତାଙ୍କର ଶହେ ଡିସିମିଲି ଜମିକୁ ଜବରଦଖଲ ଅଭିଯୋଗ ।
ଜମିର ପାଚେରୀ ଭାଙ୍ଗି ଭିତର ଗଛ ନଷ୍ଟ କରାଯିବା ଅଭିଯୋଗ ହୋଇଛି । ଏ ନେଇ ଯୋଗାଯୋଗ କରାଯାଇଥିଳେ ମଧ୍ୟ ଅଚ୍ୟୁତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଅନ୍ୟପକ୍ଷେ କିଟ୍ ପ୍ରସଙ୍ଗ ନେଇ ଗୃହରେ ତଦନ୍ତ ରିପୋର୍ଟ ଉପସ୍ଥାପନ ଦାବି କରିଛନ୍ତି ବିରୋଧୀ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୨୫-୨୬ ଉଚ୍ଚଶିକ୍ଷା ବିଭାଗ ଖର୍ଚ୍ଚ ଆଲୋଚନାବେଳେ ରିପୋର୍ଟ ଦାବି କରିଛନ୍ତି ।