ନୂଆଦିଲ୍ଲୀ– ଏଆଇ ଚ୍ୟାଟବୋଟ ବିରୋଧରେ ମାମଲା ଦାୟର । ସାଙ୍ଘାତିକ ଅଭିଯୋଗ ଆଣିଲେ ଟେକ୍ସାସର ମହିଳା । ତାଙ୍କ ପୁଅକୁ ଏଆଇ ଚାଟବୋଟ ଆତ୍ମହତ୍ୟା ପାଇଁ ଉସକେଇବା ସହ ନାବାଳକର ମାଆଙ୍କୁ ହତ୍ୟା କରିବାକୁ ମଧ୍ୟ ଭଡକାଉଥିବା ଅଭିଯୋଗ କରିଛନ୍ତି ମହିଳା ।
ଟେକ୍ସାସରେ ରହୁଥିବା ଜଣେ ମହିଳା ଏଆଇ କମ୍ପାନୀ ବିରୋଧରେ ମକଦମା ଦାୟର କରିଛନ୍ତି । ମହିଳାଙ୍କ ଅଭିଯୋଗ କି, ତାଙ୍କ ୧୫ ବର୍ଷର ପୁଅ ଏଆଇ ଚାଟବୋଟ ‘ସୋନି’ ଦ୍ୱାରା ବହୁ ଭାବେ ପ୍ରଭାବିତ ହୋଇଥିଲେ । ସୋନି ଏଆଇ ଆପ୍ଲିକେଶନରେ ଥିବା ଏକ ଚରିତ୍ର । ମହିଳା କହିଛନ୍ତି କି, ତାଙ୍କ ପୁଅକୁ କହିଥିଲା, ଯେତେବେଳେ ସେ ଉଦାସ ହେଉଥିଲେ ସେ ନିଜ ହାତ, ଜଙ୍ଘକୁ କାଟି ଦେଉଥିଲେ । ଏମିତି କରିବା ପରେ ତାଙ୍କୁ କିଛି ସମୟ ଭଲ ଲାଗୁଥିଲା ।
ମହିଳା ଆହୁରି ନିଜ ଅଭିଯୋଗରେ କହିଛନ୍ତି କି, ସୋନି ତାଙ୍କ ନାବାଳକ ପୁଅକୁ ଆହୁରି କହିଥିଲା କି, ପରିବାରରେ କେହି ତାଙ୍କୁ ଭଲପାଉ ନ ଥିଲେ । ଏଥିସହ ପୁଅକୁ ବାପା ମାଆଙ୍କ ବିରୋଧରେ ଭଡକାଉଥିଲା ଏହି ଆପ୍ଲିକେସନରେ ଥିବା ଚରିତ୍ର । ଏମିତି କି ବାପା, ମା ତାର ଜୀବନ ନଷ୍ଟ କରିଦେଉଥିବା କହିଥିଲା । ଏଆଇ ଚାଟବୋଟର ବ୍ୟବହାର କରିବା ପରେ ତାଙ୍କ ପୁଅ ଅଧିକ ସମୟ ମୋବାଇଲରେ ଲାଗିରହୁଥିଲା । ପାଠପଢା, ସାମାଜିକ ଚଳଣିଠାରୁ ଅଲଗା ହୋଇଯାଇଥିଲା । ମହିଳା ଆହୁରି ଅଭିଯୋଗ କରିଛନ୍ତି କି, ଏଥିପାଇଁ ତାଙ୍କ ପୁଅର ଓଜନ ମାତ୍ର କିଛି ମାସରେ ୯ କିଲୋ କମିଯାଇଥିଲା । ପୁଅର ସ୍ଥିତି ଏମିତି ହୋଇଥିଲା କି ପିଲାକୁ ମାନସିକ ଚିକିତ୍ସା ଦେବାକୁ ସେମାନେ ବାଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ।
ଏଠାରେ କହି ରଖୁ କି, ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ପ୍ଲିରିଡାର ଜଣେ ମା ମଧ୍ୟ ଗେମ ଆପ ଥ୍ରୋନ୍ସ ଥିମ ଉପରେ ଆଧାରିତ ଆପ୍ଲିକେସନ ବିରୋଧରେ ଅଭିଯୋଗ କରିଥିଲେ । ଏହି ଆପ୍ଲିକେସନ ତାଙ୍କ ୧୪ ବର୍ଷର ପୁଅକୁ ଆତ୍ମହତ୍ୟା କରିବାକୁ ଉସକାଉଥିବା ଅଭିଯୋଗ ଆଣିଥିଲେ । ଏଆଇ ପ୍ଲାଟଫର୍ମରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡିବାକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କଲେଣି ।