ସାଲେପୁର: ଯାତ୍ରା ମାଲିକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ମର୍ଡନ ଓଡ଼ିଶା ଯାତ୍ରା ମାଲିକଙ୍କ ନାଁରେ ଅଭିଯୋଗ ହୋଇଛି। କଳାକାରଙ୍କୁ ଦରମା ଦେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାରେ ୧୫ ଜଣ କଳାକାରଙ୍କ ଅଭିଯୋଗ ହୋଇଥିବା ସୂଚନା ମିଳିଛି।
ଯାତ୍ରା ଜଗତରେ ଏପରି ଆହୁରି ଅନେକ ଘଟଣା ଦେଖିବାକୁ ମିଳିଛି। କେଉଁଠି କଳାକାରମାନେ ମାଲିକଙ୍କଠାରୁ ଟଙ୍କା ନେଇ ଅଭିନୟ ନ କରିବାକୁ କହୁଛନ୍ତି ତ କେଉଁଠି ଯାତ୍ରା ମାଲିକ କଳାକାରଙ୍କୁ ଷ୍ଟେଜରେ ଅଭିନୟ କରାଇ ଟଙ୍କା ଦେଉନି।
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେ, ଯାତ୍ରା ମାଲିକ ନିଜ କଳାକାରମାନଙ୍କୁ ଦରମା ଦେଇନି, ଯେଉଁ କାରଣ ପାଇଁ କଳାକାରମାନେ ଥାନାରେ ମାଲିକ ବିରୋଧରେ ଅଭିଯୋଗ ଆଣିଛନ୍ତି।