(Video) ଓଃ କି ଯନ୍ତ୍ରଣା: Heart Strockରେ ଅଚେତ ଘୋଡ଼ାକୁ ମାଡ଼ ମାରି ଉଠାଇଲା ମାଲିକ, PETA କଲା ଅଭିଯୋଗ
ଡାକ୍ତରଖାନାରେ ଘୋଡ଼ା । ସଠିକ୍ ଭାବେ ଚାଲିଛି ଚିକିତ୍ସା ।
କୋଲକାତା: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ସବୁ ଭାଇରାଲ ହେଉଛି । ସେଥିମଧ୍ୟରୁ ପଶୁ ପକ୍ଷୀଙ୍କୁ େଇ ମଧ୍ୟ ଅନେକ ଭିଡିଓ ଆସୁଛି । ଏମିତି ଏକ ଭିଡିଓ ଆସିଛି ଘୋଡ଼ାକୁ ନେଇ ।
ହାର୍ଟ ଷ୍ଟ୍ରୋକ୍ କାରଣରୁ ଘୋଡ଼ାଟି ରାସ୍ତା ମଝିରେ ପଡ଼ିଯିବା ପରେ ତା’ ମାଲିକ ତାକୁ ମାରି, ଠେଲାପେଲା କରି ଜବରଦସ୍ତ ଉଠୋଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପେଟା ଇଣ୍ଡିଆ ପକ୍ଷରୁ ଏହି ଭିଡିଓକୁ ଏକ୍ସରେ ଶେୟାର କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳୁଛି, ଘୋଡ଼ାଟି ଅଚେତ ହୋଇ ରାସ୍ତାରେ ପଡ଼ିଯିବା ପରେ ତା’ ମାଲିକ ମାଡ଼ ମାରି ତାକୁ ଉଠାଉଛି ।
ଭିଡିଓ ଶେୟାର କରିବା ସହ ରାଜ୍ୟରେ ଘୋଡ଼ା ଗାଡ଼ିର ପ୍ରଚଳନ ବନ୍ଦ କରିବା ପାଇଁ ମମତା ସରକାରଙ୍କୁ ପେଟା ପକ୍ଷରୁ କୁହାଯାଇଛି । ଭିଡିଓ ଭାଇରାଲ ହେବା ପରେ ମାଲିକଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି ।
ଅନ୍ୟପକ୍ଷେ ଘୋଡ଼ାର ମେଡିକାଲ ଚିକିତ୍ସା ଚାଲିଥିବା ନେଇ ଏକ୍ସରେ ପୋଷ୍ଟ ଶେୟାର କରଇ ସୂଚନା ଦେଇଛି କୋଲକାତା ପୋଲିସ । ପ୍ରବଳ ଖରା କାରଣରୁ ଘୋଡ଼ାକୁ ହାର୍ଟ ଷ୍ଟ୍ରୋକ୍ ହୋଇଥିଲା । ଯାହାଫଳରେ ସେ ରାସ୍ତାରେ ଖସି ପଡ଼ିଥିବା କୁହାଯାଉଛି ।
ତେବେ ନିରୀହ ପଶୁଙ୍କ ପ୍ରତି ଏ ପ୍ରକାର ଅକଥନୀୟ ଅତ୍ୟାଚାର କରିବା ଚିନ୍ତାଜନକ ବୋଲି ପେଟା ପକ୍ଷରୁ କୁହାଯାଇଛି ।
A dehydrated and emaciated horse suffered a heatstroke and collapsed in Kolkata, as the handler slapped and yelled at the horse.
We commend the @KolkataPolice for registering an FIR following a PETA India complaint.
Nobody should have to endure such cruelty!
Help us rescue… pic.twitter.com/i1reNpsPaZ— PETA India (@PetaIndia) April 29, 2025