fbpx

କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳିବା ପଡ଼ିଲା ମହଙ୍ଗା, ବିଧାୟକଙ୍କ ସହ ୧୮ ଜଣଙ୍କ ବିରୋଧରେ FIR

ମୁମ୍ବାଇ: ମହାରାଷ୍ଟ୍ରରେ ଏବେବି କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଲୋକମାନେ କେଉଁଠି ସ୍ଥାନୀୟ ଟ୍ରେନ୍ ଚଳାଇବାକୁ ଆନ୍ଦୋଳନ କରୁଛନ୍ତି ତ ଆଉ କେଉଁଠି ଜନସାମଗମରେ ଜନ୍ମଦିନ ପାଳନ କରୁଛନ୍ତି । ଏହାରି ମଧ୍ୟରେ ସମାଜବାଦୀ ପାର୍ଟି ବା ଏସପିର ବିଧାୟକ ଅବୁ ଆସିମ ଆଜମୀଙ୍କୁ ଧୁମଧାମରେ ଜନ୍ମଦିନ ପାଳିବା ମହଙ୍ଗା ପଡିଛି । କୋଭିଡ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବିଧାୟକଙ୍କ ସମେତ ଅନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ତେବେ ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ସଭାପତି ତଥା ମୁମ୍ବାଇର ଗୋୱାଣ୍ଡି ଅଞ୍ଚଳର ବିଧାୟକ ଅବୁ ଅସୀମ ଆଜମୀ ନିଜର ୬୬ ତମ ଜନ୍ମଦିନ ଅବସରରେ ସମର୍ଥକଙ୍କ ସହ ସାମାଜିକ ଦୂରତା ଅବଲମ୍ବନ ନ କରି କରୋନା ଗାଇଡଲାଇନର ଧଜ୍ଜିଆ ଉଡାଇଥିଲେ । ଏହା ବ୍ୟତୀତ ଜନ୍ମଦିନ ଭୋଜି ସମୟରେ ଲୋକଙ୍କ ମୁହଁରେ ମାସ୍କ ନଥିବା ବେଳେ ଲୋକମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେଇନଥିଲେ । ଏହି ଘଟଣାକୁ ନେଇ ବିଧାୟକଙ୍କ ସମେତ ୧୮ ସମର୍ଥକଙ୍କ ବିରୋଧରେ ପାଣ୍ଡେମିକ୍ ଆକ୍ଟ ସହ ଅନ୍ୟ ଧାରା ଅଧିନରେ ମାମଲା ରୁଜୁ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହାକୁ ବି ଗିରଫ କରାଯାଇନାହିଁ ।

Get real time updates directly on you device, subscribe now.