fbpx
BSKY
BJD YOUTH SKY
BJD MS SKY

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ମାମଲା ରୁଜୁ, ପୂର୍ବରୁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୋମାଲିକାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହୋଇଥିବା ନେଇ ଜଗତସିଂହପୁର ଏସଡିପିଓ ରମେଶ ସିଂ ସୂଚନା ଦେଇଛନ୍ତି । ପୂର୍ବରୁ ବିଜୟ ଶଙ୍କରଙ୍କ ନାଁରେ ମାମଲା ରୁଜୁ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମରେ ସୋମାଲିକା ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ସଦର ଥାନାରେ ବିଜୟ ଶଙ୍କରଙ୍କ ନାଁରେ ଅଭିଯୋଗ କରିଥିଲେ । ପୂର୍ବରୁ ସେ ଦେଇଥିବା ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିବା ଅଭିଯୋଗ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନା ମୁତାବକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାଶ ଙ୍କର ବହୁ ପୂର୍ବରୁ ପ୍ରେମ ସମ୍ପର୍କ ରହି ଆସିଥିଲା I ତେବେ ପୂର୍ବରୁ ପ୍ରେମିକାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର ସମ୍ମତି ଦେଇଥିଲେ ମଧ୍ୟ ବିଧାୟକ ହେବା ପରେ ଏଥିରୁ ଓହରି ଆସିଥିଲେ ଏପରିକି ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ଅଧିକାରୀଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ। ୯୦ ଦିନର ସମୟସୀମା ଅତିବାହିତ ହୋଇଥିଲେ ମଧ୍ୟ ବିବାହ ହୋଇପାରି ନଥିଲା। ବିଧାୟକଙ୍କ ସହ ପ୍ରେମ ସମ୍ପର୍କ ବିଗିଡ଼ିବାରୁ ପ୍ରାୟ ୯ ମାସ ତଳେ ଥାନା ଦ୍ୱାରସ୍ଥ ହୋଇଥିଲେ ପ୍ରେମିକା। ହେଲେ ପୁଲିସ୍‌ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଆଜି କାଲି କହି ଦିନ ଗଡ଼ାଉଥିଲା। କିନ୍ତୁ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ ହୋଇଛି । ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.