fbpx

ସିଏନ୍‌ଜି ଗ୍ୟାସରେ ଶବଦାହ, ୧୫ ଦିନ ମଧ୍ୟରେ କଟକରେ କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ ଶବଦାହ ଗୃହ

କଟକ: ଖୁବଶୀଘ୍ର କାର୍ଯ୍ୟକରୀ ହେବ କଟକର ଖାନନଗର ଠାରେ ୩.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଶବଦାହ ଗୃହ। ଏହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଆସନ୍ତା ୧୫ ଦିନ ମଧ୍ୟରେ ଏହାକୁ କର୍ଯ୍ୟକ୍ଷମ କରାଯିବ। ଏଣିକି ସହରବାସୀ ସିଏନ୍‌ଜି ଗ୍ୟାସ ଦ୍ୱାରା ଶବଦାହ କରିପାରିବେ। ମିଳିଥିବା ସୂଚନା ଅନୁସାରେ ଗ୍ୟାସ୍ ଦ୍ୱାରା ଏକା ଥରକେ ଦୁଇଟି ଶବଦାହ ହୋଇ ପାରିବ।

ଏହାବାଦ୍ ଏଠାରେ ବିଶ୍ରାମଗାର, ଗାଧୁଆଘର ଓ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିପରି ଶବଦାହ ଗୃହ କମ୍ପ୍ଲେକ୍ସ ମଧ୍ୟରେ କାଠରେ ଦାହ ବ୍ୟବସ୍ଥା ମଧ୍ୟ ରହିଛି। ଯଦି କୌଣସି ବ୍ୟକ୍ତି କାଠରେ ଶବଦାହ କରିବାକୁ ଚାହାନ୍ତି ସେମାନେ କରିପାରିବେ। ରାଜ୍ୟରେ ଏହିଭଳି ବ୍ୟବସ୍ଥା ପ୍ରଥମ ଥର ହୋଇଥିବା ବେଳେ ଏହାଦ୍ୱାରା ପରିବେଶ ସୁରକ୍ଷା ହୋଇପାରିବ।

କଟକ ମହାନଗର ନିଗମ ପକ୍ଷରୁ ୨୦୧୭ ମସିହାରେ ବିଦ୍ୟୁତ ବ୍ୟବସ୍ଥାକୁ ପରିବର୍ତ୍ତନ କରି ରାଜ୍ୟରେ ପ୍ରଥମ ଥର ଏଲପିଜିରେ ଶବଦାହ ବ୍ୟବସ୍ଥା ଆରମ୍ଭ କରାଯଅଇଥିଲା। କିନ୍ତୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରୁ ଏହା ଏଲପିଜି ପରିବତ୍ତତ୍ତେ ସିଏନଜି ଗ୍ୟାସ୍ ମାଧ୍ୟମରେ ଶବଦାହ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏଥିପାଇଁ ଭାରତୀୟ ଗ୍ୟାସ୍ ପ୍ରାଧୀକରଣ(ଗେଲ)କୁ ସିଏମସି ପକ୍ଷରୁ ଚିଠି କରାଯାଇଥିଲା।

ପରେ ଗେଲ୍ ଅର୍ଥ ବିନିଯୋଗ ନିମନ୍ତେ ସ୍ୱୀକୃତି ପ୍ରଦାନ କରିବାରୁ ଗତ ଦେଢ଼ ତଳେ ଏହାକୁ ଭାଙ୍ଗି ନୂତନ ଶବଦାହ ଚୂଲା ନିର୍ମାଣ କରାଯାଇଥିଲା। ସୂଚନାଯୋଗ୍ୟ ସିଏନ୍‌ଜିରୁ ବାହାରୁଥିାବ ଧୁଆଁ ପରିବେଶ ଉପରେ କୌଣସି କ୍ଷତି ପକାଇ ନଥାଏ । ସେହିଭଳି ଶବ୍ଦ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବା ସହ ଶୀଘ୍ର ଦାହ ହୋଇଥାଏ ବୋଲି ସିଏମସି ପକ୍ଷରୁ କୁହଯାଇଛି ।

Get real time updates directly on you device, subscribe now.