CHARIDHAM

ଟଙ୍କା ଉଠାଣ ହେବ ମହଙ୍ଗା! ଇଣ୍ଟରଚେଞ୍ଜ୍ ଶୁଳ୍କ ବଢ଼ାଇବାକୁ ଯୋଜନା କରୁଛି RBI

ATMରୁ ଟଙ୍କା ଉଠାଣ ଶୁଳ୍କ ବୃଦ୍ଧି ପାଇବ। ସର୍ବାଧିକ ନଗଦ କାରବାର ଶୁଳ୍କକୁ ପ୍ରତି କାରବାର ପାଇଁ ବର୍ତ୍ତମାନର ୨୧ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି।

ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଣ ଶୁଳ୍କ ବୃଦ୍ଧି ପାଇବ । ପାଞ୍ଚଟି ମାଗଣା ଟ୍ରାନଜାକସନ୍ସ(5 free transactions) ଲିମିଟ୍ ଅତିକ୍ରମ କରିବା ପରେ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଥିବା ସର୍ବାଧିକ ଶୁଳ୍କ ଏବଂ ଏଟିଏମ୍ ଇଣ୍ଟରଚେଞ୍ଜ୍ ଶୁଳ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବୃଦ୍ଧି କରିବାକୁ ଯୋଜନା କରଥିବା ଏକ ରିପୋର୍ଟରୁ ପ୍ରକାଶ ।

କେତେ ବଢ଼ିବ ଚାର୍ଜ?

ପାଞ୍ଚଟି ମାଗଣା ସୀମା ସମାପ୍ତ ହେବା ପରେ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ସର୍ବାଧିକ ନଗଦ କାରବାର ଶୁଳ୍କକୁ ପ୍ରତି କାରବାର ପାଇଁ ବର୍ତ୍ତମାନର ୨୧ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଛି।

ପେମେଣ୍ଟ ନିୟାମକ NPCI ଶିଳ୍ପ ସହିତ ପରାମର୍ଶ କରିବା ପରେ ନଗଦ କାରବାର ପାଇଁ ATM ଇଣ୍ଟରଚେଞ୍ଜ ଶୁଳ୍କକୁ ୧୭ ରୁ ୧୯ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଛି। ନଗଦ ନଥାଇ କାରବାର ପାଇଁ ଶୁଳ୍କ ୬ ରୁ ୭ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି।

ATM ଏକ୍ସଚେଞ୍ଜ ଶୁଳ୍କ କଣ ?

ଏଟିଏମ୍ ଇଣ୍ଟରଚେଞ୍ଜ ଶୁଳ୍କ ହେଉଛି ଏକ ଶୁଳ୍କ ଯାହା ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଏଟିଏମ୍ ସେବା ବ୍ୟବହାର କରିବା ପାଇଁ ଦେଇଥାଏ।

ଏହି ଶୁଳ୍କ ସାଧାରଣତଃ କାରବାରର ଏକ ପ୍ରତିଶତ ହୋଇଥାଏ ଏବଂ ପ୍ରାୟତଃ ଗ୍ରାହକଙ୍କ ବିଲରେ ଯୋଡା ଯାଇଥାଏ।

ମେଟ୍ରୋ ଏବଂ ଅଣ-ମେଟ୍ରୋ ଅଞ୍ଚଳ ପାଇଁ ଚାର୍ଜ ବୃଦ୍ଧି କରିବା ପାଇଁ NPCIର ଯୋଜନା ସହିତ ବ୍ୟାଙ୍କ ଏବଂ ହ୍ୱାଇଟ୍-ଲେବଲ ATM ଅପରେଟରମାନେ ସହମତ ।