fbpx

ବିଲେଇର ମୃତ୍ୟୁ: ଅବହେଳା ପାଇଁ ଡାକ୍ତରଙ୍କୁ ୨.୫ କୋଟିର କ୍ଷତିପୂରଣ ମାଗିଲେ ମହିଳା

ଆଜିକାଲିର ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ସବୁ ଘଟୁଛି । ଏପରି ଏକ ଖବର ପାକିସ୍ତାନରେ ଘଟିଛି । ଗୋଟିଏ ପୋଷା ବିଲେଇର ମୃତ୍ୟୁକୁ ନେଇ ଜଣେ ମହିଳା ଡାକ୍ତରଙ୍କ ଉପରେ ୨.୫ କୋଟିର ମୋକଦ୍ଦମା ଦାୟର କରିଛନ୍ତି । ଡାକ୍ତର ଜଣକ ଅତି ଖାମଖିଆଲି ଭାବରେ ବିଲେଇର ଚିକିତ୍ସା କରିବା ଯୋଗୁଁ ଗୋଟିଏ ମାସ ମଧ୍ୟରେ ତାର ମୃତ୍ୟୁ ଘଟିଥିବା ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ।

ମହିଳା ଜଣକ ବିଲେଇଟିକୁ ଖୁବ ଭଲ ପାଇବାସହ ନିଜର ସନ୍ତାନ ପରି ଅତି ଆଦର ଯତ୍ନରେ ବଢ଼ାଇଥିଲେ । ମହିଳା ଜଣକ ପେଶାରେ ଓକିଲ ହୋଇଥିବା ବେଳେ ଚେକଅପ୍ କରାଇବା ପାଇଁ ବିଲେଇଟିକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ବିଲେଇଟିକୁ ହସ୍ପିଟାଲରେ ଆଡମିଟ୍ କରିଥିଲେ । ପରଦିନ ହସ୍ପିଟାଲରୁ ବିଲେଇଟିକୁ ଆଣିବା ପରେ ସେ ରୋଗଶଯ୍ୟାରେ ପଡ଼ିରହିଥିଲା । ବିଲେଇଟିକୁ ହସ୍ପିଟାଲରେ ଅତ୍ୟନ୍ତ ଥଣ୍ଡାରେ ରଖିବା ଯୋଗୁଁ ତା’ର ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ରିପୋର୍ଟ ମହିଳା ଜଣକ କୋର୍ଟଙ୍କ ନିକଟରେ ଦାଖଲ କରିଛନ୍ତି । ତେବେ ଅବହେଳା ଅଭିଯୋଗ କରି ମହିଳା ଜଣକ ସମ୍ପୃକ୍ତ ଡାକ୍ତର ଓ ଜଣେ କର୍ମଚାରୀଙ୍କ ଠାରୁ ୨.୫ କୋଟି ଟଙ୍କା କ୍ଷତିପୂରଣ ଭରଣା ସହ ଅଭିଯୁକ୍ତଙ୍କୁ ଜେଲ ପଠାଇବାକୁ ଦାବି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.