(Video) ଜଣାପଡିଲା ଅକ୍ତାଉ ବିମାନ ଦୁର୍ଘଟଣାର କାରଣ

ନୂଆଦିଲ୍ଲୀ- କାଜାଖସ୍ତାନ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛି । ଆଜି ପୂର୍ବାହ୍ନରେ ବିମାନଟି ଋଷ ଅଭିମୁଖେ କାଜାଖସ୍ତାନରୁ ଉଡାଣ ଭରିବା ପରେ ଅକ୍ତାଉ ବିମାନ ବନ୍ଦର ନିକଟରେ ଖସିପଡିଥିଲା ।

ବିମାନ ଖସିବା ପରେ ବିରାଟ ନିଆଁ ପିଣ୍ଡୁଳା ବାହାରିଥିଲା । ଦୁର୍ଘଟଣା ପରେ ହିଁ ତୁରନ୍ତ ଉଦ୍ଧାର କାମ ଆରମ୍ଭ ହୋଇଯାଇଥିଲା । ପ୍ରାରମ୍ଭିକ ଅବସ୍ଥାରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ପରେ ୨୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଂଧ୍ୟା ୫.୩୦ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଥିବା ଜଣାପଡିଛି ।

ଅଜରବୈଜାନ ଏୟାରଲାଇନ୍ସର ବିମାନ ବାକୁରୁ ଋଷ ଚେଚନ୍ୟାର ଗ୍ରୋଜନୀ ଅଭିମୁଖେ ଯାଉଥିଲା । କିନ୍ତୁ ଘନ କୁହୁଡି କାରଣରୁ ତାର ମାର୍ଗ ବଦଳାଇ ଦେଇଥିଲା । ଅବତରଣ ପାଇଁ ଅକ୍ତାଉ ବିମାନ ବନ୍ଦର ଉପରେ ଏକାଧିକ ବାର ଚକ୍କର କାଟି ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

କାଜାକିସ୍ତାନ ସରକାର ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବିମାନରେ ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଛି ତା ଉପରେ ତଦନ୍ତ ଚାଲିଛି ।

ତେବେ ଋଷ ବିମାନ ଉଡାଣ ଅଧିକାରୀ କହିଛନ୍ତି କି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି, ବିମାନରେ କୌଣସି ପକ୍ଷୀ ଧକ୍କା ହେବା କାରଣରୁ ବିମାନଟି ଜରୁରୀକାଳୀନ ଅବତରଣ ପାଇଁ ଅକ୍ତଉ ବିମନବନ୍ଦର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲା । ଏକାଧିକ ଥର ବିମାନ ବନ୍ଦର ଉପରେ ଉଡାଣ ଭରିଥିଲା ।

ତେବେ କାଜାକିସ୍ତାନ ଆପାତ୍ତକାଳୀନ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଗ୍ରୋଜନୀରେ ଘନ କୁହୁଡି କାରଣରୁ ବିମାନଟି ଅକ୍ତଉ ଆଡ ଅଭିମୁଖେ ଉଡିବା ଆରମ୍ଭ କରିଥିଲା ପଥ ବଦଳାଇ । ତେବେ ନିଆଁରୁ ଯାତ୍ରୀଙ୍କୁ ତୁରନ୍ତ ବାହାର କରି ନିଆଯାଇଥିବା କହିଥିଲା କାଜାକିସ୍ତାନ ଅଥରିଟି ।