fbpx

ଫ୍ରିଲାନ୍ସ ସାମ୍ବାଦିକ ବିବେକ ରଘୁବନ୍ସିଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ: DRDO ଏବଂ ସେନାର ଗୁପ୍ତଚର କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (DRDO) ଏବଂ ସେନା ବିଷୟରେ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶୀ ଗୁପ୍ତଚର ଏଜେନ୍ସି ସହ ବାଣ୍ଟିଥିବା ଅଭିଯୋଗରେ ସିବିଆଇ ଜଣେ ଫ୍ରିଲାନ୍ସ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିବେକ ରଘୁବନ୍ସିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ସିବିଆଇ ଅଭିଯୋଗ କରିଛି ଯେ ବିବେକ ରଘୁବନ୍ସିଙ୍କ DRDO ଏବଂ ସେନା ପ୍ରକଳ୍ପର “ସମ୍ବେଦନଶୀଳ” ଏବଂ “ମିନିଟ୍” ବିବରଣୀ ସଂଗ୍ରହ କରି ବିଦେଶୀ ଗୁପ୍ତଚର ସଂସ୍ଥା ସହ ସେୟାର କରିଛନ୍ତି।ସିବିଆଇ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଏଜେନ୍ସି ଜୟପୁର ଏବଂ ଜାତୀୟ ରାଜଧାନୀ ଅଞ୍ଚଳର ୧୨ ଟି ସ୍ଥାନରେ ସର୍ଚ୍ଚ କରୁଛି ଏବଂ ସମ୍ବେଦନଶୀଳ କାଗଜପତ୍ର ଜବତ କରିଛି।

Get real time updates directly on you device, subscribe now.