fbpx

ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ମାମଲାର ସିବିଆଇ ଯାଞ୍ଚ: ୫୦ଟି ଗ୍ରୁୂପ୍, ୫ହଜାର ଅଭିଯୁକ୍ତ ଓ ଲକ୍ଷ ଲକ୍ଷ ଟଙ୍କାର କାରବାରର ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ମାମଲା ବଢ଼ିବାରେ ଲାଗିଛି । ତେବ୍ରେ ଏହାକୁ ନେଇ ଏବେ ସିବିଆଇ ଯାଞ୍ଚ ଆରମ୍ଭ ହୋଇଛି । ମାମଲାକୁ ଗମ୍ଭୀର ଭାବରେ ଯାଞ୍ଚ କରିବ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି । ତେବେ ଏହି କ୍ରମରେ ସିବିଆଇ ପ୍ରାଥମିକ ତଦନ୍ତରେ ୫୦ରୁ ଅଧିକ ଗ୍ରୁପ୍ ଓ ୫ ହଜାର ରୁ ଅଧିକ ଲୋକଙ୍କ ସମ୍ପର୍କରେ ଖବର ବାହାର କରିଛି । ଏମାନେ ସମସ୍ତେ ସୋସିଆଲ ମିଡିଆରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ସହିତ ଜଡ଼ିତ ରହିଛନ୍ତି । ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ସହ ଜଡ଼ିତ ଥିବା ପୋଷ୍ଟକୁ ସେୟାର୍ ମଧ୍ୟ କରିଛନ୍ତି । ଏଥିରେ ବିଦେଶ ନାଗରିକ ମଧ୍ୟ ସାମିଲ ରହିଥିବା ଖବର ସାମାନାକୁ ଆସିଛି । ଖାଲି ସେତିକି ନୁହେଁ ପାଖାପାଖି ୧୦୦ରୁ ଅଧିକ ଦେଶର ମୋବାଇଲ୍ ନମ୍ବର ମିଳିଛି ।

ସିବିଆଇ ସୁତ୍ରରୁ କହିବା କଥା ଯେ, ଯାଞ୍ଚ ଏଜେନ୍ସି ସୋସିଆଲ ମିଡିଆ ୱେବସାଇଟ୍ ଓ ହୋଷ୍ଟିଂ ପ୍ଲାଟଫର୍ମ ସହିତ ଏହି ମାମଲାକୁ ଉଠାଯିବା ନେଇ ଯୋଜନା କରାଯାଉଛି । ଯାହାଦ୍ୱାରା ଆଇନକାନୁନ ଅନୁସାରେ ଏହାର ଭୁମିକା ଓ ଦାୟିତ୍ୱକୁ ଯାଞ୍ଚ କରାଯାଇପାରିବ । ଏହି ମାମଲାରେ ଦେଶବ୍ୟାପି ତଦନ୍ତ କରିବାକୁ ଯାଇ ସିବିଆଇ ମଙ୍ଗଳବାର ଦିନ ପାଖାପାଖି ୧୪ଟି ରାଜ୍ୟର ୭୭ଟି ଲୋକେସନ୍ ରେ ଚଢ଼ାଉ କରିଥିଲା ଓ ଇଣ୍ଟରନେଟ୍ ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ କଣ୍ଟେଣ୍ଟ ପୋଷ୍ଟ କରିଥିବା ୧୦ ଜଣ ଅଭିଯୁକ୍ତକୁ ହେପାଜତକୁ ନେଇଛି ।

୧୪ଟି ରାଜ୍ୟ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ୟୁପି, ହିମାଚଳ ପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଓଡ଼ିଶା ଭଳି ରାଜ୍ୟ ସାମିଲ ରହିଛି । ଶିଶୁମାନଙ୍କ ଯୌନ ଶୋଷଣ ସହ ଜଡିତ ୨୩ ଟି ଭିନ୍ନ ଭିନ୍ନ ମାମଲାରେ ସିବିଆଇ ୮୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ସମସ୍ତ ଅଭିଯୁକ୍ତ ନିଜ ନିଜ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଛନ୍ତି ଓ ସେସବୁକୁ ଅନ୍ୟ ମାନଙ୍କ ସହିତ ସେୟାର୍ ମଧ୍ୟ କରିଛନ୍ତି ।

ସୋସିଆଲ ମିଡିଆରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ସହ ଜଡିତ ବିଷୟବସ୍ତୁ ସୋସିଆଲ ମିଡିଆରେ ସେୟାର୍ କରୁଥିବା ୫୦ ଟି ଗ୍ରୁପ୍ ରେ ୫ ହଜାରରୁ ଅଧିକ ଅପରାଧୀ ଜଡିତ ଅଛନ୍ତି। ଏଥିମଧ୍ୟରେ ପାକିସ୍ଥାନ (୩୬), କାନାଡା (୩୫), ଆମେରିକା (୩୫), ବାଂଲାଦେଶ (୩୧), ଶ୍ରୀଲଙ୍କା (୩୦), ନାଇଜେରିଆ (୨୮), ଆଜେରବାଇଜାନ (୨୭), ୟେମେନ (୨୪) ଏବଂ ମାଲେସିଆ (୨୨) ର ଲୋକ ଅଛନ୍ତି।

 

Get real time updates directly on you device, subscribe now.