ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଆପ୍ରେଣ୍ଟିସସିପ ଭର୍ତ୍ତି ୨୦୨୫: ଆଜି ଆବେଦନର ଶେଷ ତାରିଖ, ତୁରନ୍ତ କରନ୍ତୁ ଆବେଦନ!

ସେଣ୍ଟ୍ରାଲ ବ୍ୟାଙ୍ଅଫ ଇଣ୍ଡିଆ (CBI) ଆପ୍ରେଣ୍ସିଟିସପ ଭର୍ତ୍ତି ୨୦୨୫ ପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଏହି ଭର୍ତ୍ତି ଅଭିଯାନ ମାଧ୍ୟମରେ ଦେଶର ବିଭିନ୍ନ ଶାଖାରେ ଆପ୍ରେଣ୍ଟିସ ପଦବୀ ପୂରଣ କରାଯିବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ www.centralbankofindia.co.in ମାଧ୍ୟମରେ ଆଜି, ୨୪ ଜୁନ ୨୦୨୫, ଅର୍ଥାତ୍ ଆବେଦନର ଶେଷ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ଶେଷ ମୁହୂର୍ତ୍ତରେ ସୁଯୋଗ ହାତଛଡ଼ା ନକରି ତୁରନ୍ତ ଆବେଦନ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ବିବରଣୀ:
ଆବେଦନ ଶେଷ ତାରିଖ: ୨୪ ଜୁନ ୨୦୨୫ (ଆଜି)

ଆବେଦନ ପ୍ରକ୍ରିୟା: ଅନଲାଇନ (NATS ପୋର୍ଟାଲ ମାଧ୍ୟମରେ)

ୱେବସାଇଟ: www.nats.education.gov.in ଏବଂ www.centralbankofindia.co.in

ପରୀକ୍ଷା ତାରିଖ: ସମ୍ଭାବ୍ୟ ଜୁଲାଇ ୨୦୨୫ (ସଠିକ ତାରିଖ ପରେ ଘୋଷଣା ହେବ)

ଯୋଗ୍ୟତା ମାନଦଣ୍ଡ:
ଶିକ୍ଷାଗତ ଯୋଗ୍ୟତା: ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ। ସ୍ନାତକ ୦୧.୦୧.୨୦୨୧ ପରେ ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ।

ବୟସ ସୀମା: ୩୧.୦୫.୨୦୨୫ ଅନୁଯାୟୀ ୨୦ରୁ ୨୮ ବର୍ଷ (ଜନ୍ମ ତାରିଖ ୩୧.୦୫.୧୯୯୭ ଓ ୩୧.୦୫.୨୦୦୫ ମଧ୍ୟରେ ହେବା ଉଚିତ)। SC/ST/OBC/PwBD ବର୍ଗ ପାଇଁ ବୟସ ସୀମାରେ ନିୟମାନୁସାରେ ଛାଡ଼ ରହିଛି।

ଅନ୍ୟ ଆବଶ୍ୟକତା: ପ୍ରାର୍ଥୀଙ୍କୁ ନ୍ୟାସନାଲ ଆପ୍ରେଣ୍ଟିସସିପ ଟ୍ରେନିଂ ସ୍କିମ (NATS) ପୋର୍ଟାଲରେ ନିବନ୍ଧିତ ହେବା ବାଧ୍ୟତାମୂଳକ।

ଚୟନ ପ୍ରକ୍ରିୟା:
ଅନଲାଇନ ପରୀକ୍ଷା: BFSI ସେକ୍ଟର ସ୍କିଲ କାଉନସିଲ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ୧୦୦ ନମ୍ବରର ୧୦୦ଟି ବହୁବିକଳ୍ପୀ ପ୍ରଶ୍ନ ରହିବ। ନେଗେଟିଭ ମାର୍କିଂ ନାହିଁ।

ସ୍ଥାନୀୟ ଭାଷା ଦକ୍ଷତା: ପ୍ରାର୍ଥୀଙ୍କୁ ସେମାନେ ଯେଉଁ ରାଜ୍ୟ ପାଇଁ ଆବେଦନ କରୁଛନ୍ତି, ସେହି ରାଜ୍ୟର ସ୍ଥାନୀୟ ଭାଷାରେ (ପଢ଼ିବା, ଲେଖିବା, କହିବା, ବୁଝିବା) ଦକ୍ଷତା ଦେଖାଇବାକୁ ହେବ।

ପରୀକ୍ଷା ପରେ ମେରିଟ ତାଲିକା ଅନୁଯାୟୀ ଡକ୍ୟୁମେଣ୍ଟ ଯାଞ୍ଚ ଓ ମେଡିକାଲ ପରୀକ୍ଷା ହେବ।

ଆବେଦନ ଶୁଳ୍କ:
PwBD: ₹୪୦୦/- + GST

SC/ST/ମହିଳା/EWS: ₹୬୦୦/- + GST

ସାଧାରଣ/ଅନ୍ୟ: ₹୮୦୦/- + GST
ଶୁଳ୍କ ଅନଲାଇନରେ ଡେବିଟ/କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଂ, କିମ୍ବା UPI ମାଧ୍ୟମରେ ଦେବାକୁ ହେବ।

ଷ୍ଟାଇପେଣ୍ଡ:
ନିର୍ବାଚିତ ପ୍ରାର୍ଥୀମାନେ ୧୨ ମାସର ପ୍ରଶିକ୍ଷଣ ସମୟରେ ମାସିକ ₹୧୫,୦୦୦/- ଷ୍ଟାଇପେଣ୍ଡ ପାଇବେ। ଅନ୍ୟ କୌଣସି ଭତ୍ତା ଯୋଗାଇ ଦିଆଯିବ ନାହିଁ। ଏହି ପ୍ରୋଗ୍ରାମ ସ୍ଥାୟୀ ଚାକିରିର ଗ୍ୟାରେଣ୍ଟି ନୁହେଁ, କେବଳ ପ୍ରଶିକ୍ଷଣ ସୁଯୋଗ ପ୍ରଦାନ କରେ।

ଆବେଦନ ପ୍ରକ୍ରିୟା:
NATS ପୋର୍ଟାଲ (www.nats.education.gov.in) (www.nats.education.gov.in)ରେ ଲଗଇନ କରନ୍ତୁ। ନିବନ୍ଧିତ ନହେଲେ ପ୍ରଥମେ ପ୍ରୋଫାଇଲ ତିଆରି କରନ୍ତୁ।

“Apply Against Advertised Vacancy” ଅପସନରେ ଯାଇ “Central Bank of India” ଖୟାରଗ୫ ଏବଂ “Apply” କରନ୍ତ୅.

ବ୍ୟକ୍ତିଗତ, ଶିକ୍ଷାଗତ ବିବରଣୀ ଓ ଡକ୍ୟୁମେଣ୍ଟ (ଫଟୋ, ସ୍୼ାକ୍ଷର, ସାର୍ଟିଫିକେଟ) ଅପଲୋଡ କରନ୍ତୁ.

BFSI SSC ଇମେଲ ([email protected] (mailto:[email protected])) ମାଧ୍ୟମରେ ପ୍ରାପ୍ଲିଙ୍କ ମାଧ୍ୟ୪୦୫ ଶୁଳକ ଦିଅନ୍ତୁ.

ଫର୍ମ ସବମିଟ କରି ପ୍ରିଣ୍ଟଆଉଟ ରଖନ୍ତୁ।