ନୂଆଦିଲ୍ଲୀ: IPL ରେ ପୁଣି ପିକ୍ସିଙ୍ଗ ମାମଲା ନେଇ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଏଥି ମଧ୍ୟରୁ ଜଣେ ଦିଲ୍ଲୀର ହୋଇତିବା ବେଳେ ହାଇଦ୍ରବାଦର ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି । ତେବେ ଏମାନଙ୍କର ପାକିସ୍ତାନ ସହ ଲିଙ୍କ ଥିବା ମଧ୍ୟ କୁହାଯାଉଛି । ଏ ନେଇ ସୂଚନା ମିଳିବା ପରେ ସିବିଆଇ ରେଡ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
୨୦୧୯ ଓଚଖ ସିଜନରେ ଫିକ୍ସିଙ୍ଗର କନେକ୍ସନ ପାକିସ୍ତାନ ପଯ୍ୟନ୍ତ ଲମ୍ବିଥିଲା । ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇତିବା ଏହି ଫାଇନାଲ ମ୍ୟାଚରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ତେବେ ଶେଷରେ ଚେନ୍ନାଇ ଶେଷ ବଲରେ ମାତ୍ର ୧ ରନ ପାଇଁ ଟ୍ରଫି ହରାଇଥିଲା ।
ଦିଲ୍ଲୀର ରୋହିଣୀରୁ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିଲ୍ଲୀପ କୁମାର ଏବଂ ଗୁରମ ବାସୁ ଏବଂ ଗୁରମ ସତୀଶ ବୋଲି ଚିହ୍ନଟ ହୋଇଛନ୍ତି । ତେବେ ୨୦୧୩ରୁ ଏହି ରାକେଟ ଚଳାଇଥିବା ଜଣାଯାଇଛି ।