fbpx

NSE ସ୍କାମ୍: ପୂର୍ବ ସିଇଓ ଚିତ୍ରା ରାମକୃଷ୍ଣଙ୍କ ସହଯୋଗୀ ଆନନ୍ଦ ସୁବ୍ରମଣ୍ୟମ ଗିରଫ

ନୂଆଦିଲ୍ଲୀ: ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ(ଏନଏସଇ)ରେ ଗତକିଛି ବର୍ଷ ମଧ୍ୟରେ ହୋଇଥିବା ସ୍କାମ୍ ମାମଲାରେ ସିବିଆଇ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି । ସିବିଆଇ ଅଧିକାରୀ ମାନେ ଶୁକ୍ରବାର ଦିନ ସକାଳେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏନଏସଇ ରେ ଅନେକ ଗଡ଼ବଡ଼ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସିବିଆଇ ଚେନ୍ନାଇରୁ ଆନନ୍ଦଙ୍କୁ ଗିରଫ କରିଛି । ଅଧିକାରୀଙ୍କ କହିବା କଥା ଯେ, ଏହି ଗିରଫଦାରୀ ଏନଏସଇ କୋ-ଲୋକେସନ୍ ସ୍କାମ୍ କୁ ନେଇ କରାଯାଇଛି । ଏନଏସଇରେ କିଛି ବର୍ଷ ତଳେ ହୋଇଥିବା ଘୋଟାଲାରେ ଏପର୍ଯ୍ୟନ୍ତର ଏହା ହେଉଛି ପ୍ରଥମ ଗିରଫଦାରୀ । କୁହାଯାଇଛି ଯେ, ଆନନ୍ଦ ସୁବ୍ରମଣ୍ୟମଙ୍କୁ ତାଙ୍କ ଚେନ୍ନାଇରେ ଥିବା ଘରୁ ଗିରଫ ଗୁରୁବାର ଦିନ ରାତିରେ ଗିରଫ କରାଯାଇଛି ।

ବର୍ତ୍ତମାନ ଏନଏସଇ କୋ-ଲୋକେସନ୍ ସ୍କାମ୍ ରେ ସିବିଆଇ୍ ଆନନ୍ଦ ସୁବ୍ରମଣ୍ୟମଙ୍କୁ ପଚରାଉଚରା କରାଯାଉଛି । ସେ ଯାଞ୍ଚ ଏଜେନ୍ସିଙ୍କୁ ସହାୟତା କରୁନାହାନ୍ତି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଏନଏସଇ ସମେତ ଅନେକ ଏକ୍ସପର୍ଟଙ୍କ ଅନୁସାରେ, ଅଜ୍ଞାତ ଯୋଗୀ ଆଉ କେହି ନୁହଁ, ବରଂ ସେ ହେଉଛନ୍ତି ଆନନ୍ଦ ସୁବ୍ରମଣ୍ୟମ। ସେବୀ କୁ ଦିଆଯାଇଥିବା ସବମିଶନରେ କୁହାଯାଇଥିଲା ଯେ, ଆନନ୍ଦ ହିଁ ହେଉଛନ୍ତି ଯୋଗୀ । ସେ ଫେକ୍ ଆଇଡେଣ୍ଟିଟି କ୍ରିଏଟ୍ କରି ଚିତ୍ରାଙ୍କ ଫାଇଦା ଉଠାଉଥିଲା । କିନ୍ତୁ ସେବୀ, ଏନଏସଇର ଏହି କଥାକୁ ମାନୁନାହାନ୍ତି ।

Get real time updates directly on you device, subscribe now.