fbpx

ସରକାରଙ୍କୁ ଚୁନା ଲଗାଉଥିଲେ ଏହି ବଡ କମ୍ପାନୀର ମାଲିକ, ଏବେ ଫସିଲେ ସିବିଆଇ ଜାଲରେ

ନୂଆଦିଲ୍ଲୀ ୨୦ ।୦୫: ଅନେକ ବର୍ଷ ଧରି ସରକାରଙ୍କୁ ଚୁନା ଲଗାଇ ଆସୁଥିଲେ । ହେଲେ ଏବେ ଫସିଗଲେ ସିବିଆଇ ଜାଲରେ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିିବିଆଇ) ଫାର୍ମର୍ସ କୋପୋରେଟିଭର ପରିଚାଳକନ ନିର୍ଦ୍ଦେଶକ ତଥା ସିଇଓ ୟୁଏସ ଅବସ୍ଥି ଓ ଇଣ୍ଡିଆନ ପୋଟାସ ଲିମିଟେଡର ପରିଚାଳକ ନିର୍ଦ୍ଦେଶକ ପରବିନ୍ଦର ସିଂହ ଗେହଲଟ ଏବଂ ତାଙ୍କ ପୁଅ ସହିତ ଅନ୍ୟ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ସାରର ଆମଦାନୀ ଓ ସବସିଡି କ୍ଲେମରେ ଅନିୟମିତତା ଅଭିଯୋଗ ପରେ ଏହି ସବୁ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର କରାଯାଇଛି । ଏହି ଅଧିକାରୀଙ୍କ ବିରୋଧରେ କେସ୍ ରୁଜୁ ପରେ ସିବିଆଇ ଅବସ୍ଥି ଓ ଗେହଲଟଙ୍କ ଦିଲ୍ଲୀ, ମୁମ୍ବାଇ ଓ ଗୁଡଗାଓଁ ସହିତ ୧୨ଟି ସ୍ଥାନରେ ଚଢାଉ କରିଛି ।

ତଦନ୍ତ ଅଧିକାରୀ କହିଛନ୍ତି, ଯାଂଚ ସମୟରେ ଅବସ୍ଥିଙ୍କ ଘରୁ ୮ କୋଟି ୮୦ ଲକ୍ଷ ନଗଦ ଓ ଗେହଲଟ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ନାମରେ ଥିବା ୫ କୋଟି ୭୬ ଲକ୍ଷ ଟଙ୍କାର ଏଫଡି ଜବତ କରାଯାଇଛି । ସିବିଆଇ ଗେହଲଟଙ୍କ ଘରୁ ୧୪ ବ୍ୟାଙ୍କ ଖାତା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଗେହଲଟଙ୍କ ସଂପତି ମୁମ୍ବାଇ, ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ଥିବା ସିବିଆଇ ଜାଣିବାକୁ ପାଇଛି ।

ତଦନ୍ତରୁ ଜଣା ପଡିଛି ଯେ, ବିଦେଶରୁ ଚଢା ଦରରେ ସାର ଆମଦାନୀ କରାଯାଉଥିଲା ଏବଂ ସରକାର ଏହା ଉପରେ ଅଧିକ ସବସିଡି ନେଉଥିଲେ । ଅନ୍ୟପଟେ ରପ୍ତାନକାରୀଙ୍କଠୁ କମ୍ପାନୀର ଅଧିକାରୀ ନିଜର କମିସନ ନେଉଥିଲେ। ସରକାର ଅଧିକ ସବସିଡି ନେଉଥିବାରୁ ଏହି ସବୁ ସାର କୃଷକଙ୍କୁ ଉଚିତ୍ ଦାମରେ ବିକ୍ରି କରାଯାଉଥିଲା । ସିବିଆଇ ପ୍ରମୁଖ ଆରସି ଜୋଶୀ ପ୍ରେସ ବିବୃତିରେ କହିଛନ୍ତି ଯେ, ଅଧିକ ସବସିଡି କ୍ଲେମ କରି ସରକାରଙ୍କୁ ଧୋକା ଦିଆଯାଉଥିଲା । ଏହା ବାବଦରେ ମିଳୁଥିବା ଟଙ୍କାକୁ ଅଧିକାରୀ ଚଳୁ କରି ନେଉଥିଲେ ।

Get real time updates directly on you device, subscribe now.