fbpx

ବାତ୍ରାଙ୍କ ବିରୋଧରେ ୩୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ଖୁବଶୀଘ୍ର ସିବିଆଇ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ସିବିଆଇ ଜାଲରେ ଭାରତୀୟ ଅଲିମ୍ପିକ୍‌ ସଂଘର ସଭାପତି ତଥା ଅନ୍ତର୍ଜାତୀୟ ହକି ଫେଡେରେସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା । ମିଳିଥିବା ସୂଚନା ମୁତାବକ ବାତ୍ରା ବ୍ୟକ୍ତିଗତ କାର୍ଯ୍ୟରେ ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବିନିଯୋଗ କରି ଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଏହି ମାମଲାରେ ବାତ୍ରାଙ୍କ ସହିତ ଅନ୍ୟ କେତେକ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେହିପରି ବାତ୍ରାଙ୍କୁ ଖୁବ ଶୀଘ୍ର ସିବିଆଇ ଜେରା କରିବ ବୋଲି ଜଣା ପଡିଛି ।

ସୂଚନା ଯୋଗ୍ୟ ଯେ ବାତ୍ରା ହକି ଇଣ୍ଡିଆର ସଭାପତି ଥିବା ବେଳେ ଏହି ଅର୍ଥ ହେରଫେର କରିଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ହକି ଇଣ୍ଡିଆର ଆୟବ୍ୟୟ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ସମସ୍ତ ଖର୍ଚ୍ଚର ସବିଶେଷ ବିବରଣୀ ଦେବା ପାଇଁ ଦାବି ହୋଇ ଥିଲେ ହେଁ ଏହା ସମ୍ଭବ ହୋଇ ନ ଥିଲା । ବର୍ତ୍ତମାନ ବାତ୍ରାଙ୍କ ବିରୋଧରେ ହୋଇ ଥିବା ଅର୍ଥ ଅନିୟମତତା ନେଇ ଝଡ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.