fbpx

ଲୋକସଭା ନିର୍ବାଚନ ପୂର୍ବରୁ ବଢ଼ିଲା AAPର ମୁସ୍କିଲ: କେଜ୍ରିୱାଲ ସରକାର ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ LG

Advertisement

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ବିଶେଷ କରି ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ନରେନ୍ଦ୍ର ମୋଦୀଙ୍କ ରଥକୁ ରୋକିବାକୁ ପ୍ରାଣପଣେ ପ୍ରୟାସ ଚଳାଇଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ) ସରକାରର ମୁସ୍କିଲ ବଢ଼ିଯାଇଛି । ଏକ ଗମ୍ଭୀର ମାମଲାର ଯାଞ୍ଚ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା । ସରକାରୀ ହସ୍ପଟାଲଗୁଡ଼ିକ ପାଇଁ ମେଡିସିନ କିଣିବା ମାମଲାର ସିବିଆଇ ଯାଞ୍ଚ ପାଇଁ ଏଲଜି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏକ ସୂତ୍ର ମୁତାବକ, ସରକାରୀ ହସ୍ପିଟାଲ ପାଇଁ ଆପ ସରକାର ଦ୍ୱାରା ଦାୟିତ୍ୱହୀନ ଭାବେ ଔଷଧ କ୍ରୟ କରାଯାଇଥିଲା । ଏହି ସବୁ ମେଡିସିନ ସରକାରୀ ଓ ଘରୋଇ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା ସମୟରେ ଫେଲ୍ ହୋଇଥିବା ଜଣାପଡ଼ିଥିଲା । ଉକ୍ତ ଔଷଧଗୁଡ଼ିକ ଅପ୍ରାମାଣିକ ହୋଇଥିବା ନେଇ ଏଲଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲୋକଙ୍କ ଅଭିଯୋଗକୁ ଆଧାର କରି ଦିଲ୍ଲୀ ସରକାର ଏହି ମେଡିସିନ କିଣିଥିଲେ । ପରୀକ୍ଷଣ କେନ୍ଦ୍ରରେ ସେହିସବୁ ଔଷଧକୁ ଟେଷ୍ଟ କରଯିବା ପରେ ତାହା ମାନଦଣ୍ଡକୁ ପୂରଣ କରିବାରେ ବିଫଳ ସାବ୍ୟସ୍ତ ହୋଇଥିଲା । କିଛିଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କେଜ୍ରିୱାଲଙ୍କୁ ସମାନ ପଠାଯାଇଥିଲା । ମାତ୍ର ଇଡିର ସମାନକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବେଆଇନ ବୋଲି କହିଥିଲେ ।

Get real time updates directly on you device, subscribe now.