fbpx

ମଣିପୁର ଭାଇରାଲ ଭିଡିଓ ମାମଲାର ଯାଞ୍ଚ କରିବ CBI: ଖୁବଶୀଘ୍ର ପ୍ରସ୍ତାବ ପଠାଇବ ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ମଣିପୁରରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ଏବେ ବି ସ୍ଥିତି ସରଗରମ୍ ରହିଛି । ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ ବିଧାନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ମେ ୪ରେ ଘଟିଥିବା ଏହି ଘଟଣାର ଭିଡିଓ ଯେଉଁ ମୋବାଇଲରୁ ମିଳିଥିଲା, ତାହାକୁ ପୋଲିସ ସିବିଆଇକୁ ଯାଞ୍ଚ ପାଇଁ ହସ୍ତାନ୍ତର କରିଛି । ରାଜ୍ୟରେ ସେନା, ସିଆରପିଏଫ ଓ ସିଏପିଏଫର ୩୫ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

ତେବେ ଖବର ମୁତାବକ, ମଣିପୁରରେ ହୋଇଥିବା ମହିଳାଙ୍କର ଭାଇରାଲ ଭିଡିଓ ମାମଲାର ଯାଞ୍ଚ ସିବିଆଇ କରିବ । ଖୁବଶୀଘ୍ର ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିବିଆଇକୁ ପ୍ରସ୍ତାବ ପଠାଇବ । ଏଥିସହିତ କେନ୍ଦ୍ର ସରକାର ସୁପ୍ରିକୋର୍ଟରେ ପିଟିସନ ଦାଖଲ କରିବା ସହିତ ଭାଇରାଲ ଭିଡିଓ ମାମଲାର ଶୁଣାଣି ମଣିପୁର ବାହାରେ କରାଇବାକୁ ଅନୁରୋଧ କରିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଶାନ୍ତି ଫେରିନଥିବା ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ତେଣୁ ରାଜ୍ୟ ବାହାରେ ଶୁଣାଣି କରିବାକୁ ଅନୁରୋଧ କରାଯିବ । ଏହି ମାମଲାରେ ମୈତେୟୀ ଓ କୁକୀ ଦୁଇ ସଂପ୍ରଦାୟଙ୍କ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ରହିବା ସହିତ ଶାନ୍ତି ସ୍ଥାପନ ପାଇଁ ଆଲୋଚନା ପ୍ରକ୍ରିୟା ଜାରି ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରଥମେ ଦୁଇଜଣ ମହିଳାଙ୍କ ସହିତ ଅମାନୁଷିକ ନିର୍ଯାତନା ହୋଇଥିବା ଖବର ମିଳିଥିଲେ ହେଁ ବାସ୍ତବରେ ୪-୫ ଜଣ ମହିଳାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ପରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାକୁ ବିଭିନ୍ନ ରାଜ୍ୟ, କେନ୍ଦ୍ର ସରକାର, ସୁପ୍ରିମକୋର୍ଟ ତୀବ୍ର ଭାବେ ଭର୍ତ୍ସନା କରିଥିଲେ । ଏପରିକି ଏହି ଭିଡିଓ ଭାଇରାଲକୁ କାହିଁକି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ରୋକାଯାଇ ନଥିଲା ବୋଲି ମଧ୍ୟ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜବାବ ତଲବ କରାଯାଇଥିଲା । ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.